ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ଲାମୁଣ୍ଡା ରେ କାୟାକଳ୍ପ ସର୍ବେକ୍ଷଣ ......

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ଲାମୁଣ୍ଡା ଠାରେ କାୟାକଳ୍ପ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ରାଜ୍ୟ ସ୍ତରୀୟ ୩ଜଣିଆ ଦଳରେ ଡା ସୂଭ୍ରାଜ୍ୟୋତି ରାଓ, ଯୁଗ୍ମ ନିର୍ଦ୍ଦେଶକଙ୍କ (ଟିମ ଲିଡର), ଶ୍ରୀ ବସନ୍ତ କୁମାର ସାହୁ, ପରାମର୍ଶଦାତା ସି ପି ଏବଂ ଶ୍ରୀ ପ୍ରିତିସ୍ ନନ୍ଦା, କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପିରାମଲ ୯ଗୋଟି ବିଷୟ ଯଥା ଡାକ୍ତରଖାନା ରକ୍ଷଣବେକ୍ଷଣ, ସଫେଇ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଜ୍ୟେବବର୍ଯ୍ୟ ବସ୍ତୁ ପରିଚାଳନା, ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ପଦୋନ୍ନତି, ଡାକ୍ତରଖାନା ପାଚେରୀ ଆରପାଖ, ଅନୁକୁଳ ପର୍ଯ୍ୟାବରଣ ଡାକ୍ତରଖାନା ଏବଂ ଜଳ, ସ୍ୱାସ୍ଥ୍ୟ ଓ ସଫେଇ ଅନୁଧ୍ୟାନ କରିଥିଲେ।
ପ୍ରତିବର୍ଷ ଏହି କୟାକଳ୍ପ ଡାକ୍ତରଖାନା ମୂଲ୍ୟାଙ୍କନ ସକାଶେ ରାଜ୍ୟ ସ୍ତରୀୟ ମୂଲ୍ୟାଙ୍କନ ଟିମ ଆସନ୍ତି। ୨୦୧୭-୧୮ ମସିହାରୁ ଏପର୍ଯ୍ୟନ୍ତ ପ୍ରତିବର୍ଷ ଲଗାତାର ସାତଥର ଏହି ସ୍ନା କାୟାକଳ୍ପ ପୁରଷ୍କାର ପାଇଆସୁଅଛି। ଏହିଥର ମଧ୍ୟ ସୁନ୍ଦର ଭାବରେ ସମସ୍ତ କର୍ମଚାରୀଙ୍କ ଦ୍ଵାରା ପ୍ରସ୍ତୁତିକରଣ କରାଯାଇଥିଲା। ଏହି ଦଳରେ ଜିଲ୍ଲା ସ୍ତରରୁ ରିତା ନାଏକ, ଆସିଷ୍ଟାଣ୍ଟ ମ୍ୟାନେଜେର ଏବଂ ଜିଲ୍ଲା ହସ୍ପିଟାଲ ମ୍ୟାନେଜେର ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଆଶିଷ କୁମାର ଧରୁଆ, ଡାକ୍ତର ଅଖିଲେଶ ସାମଲ,ଡାକ୍ତର ଦେବ ସୌରଭ ପଣ୍ଡା,ଡାକ୍ତର ଶିଖିଧ୍ବଜ ପଟେଲ,ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାଶ୍, ବିପିଏମ୍ ଅଜିତ ସିଂହ କୁମାର,ବିଡ଼ିଏମ ବିଶ୍ଵଜିତ ମହାନ୍ତି, ଫାର୍ମାସିଷ୍ଟ ପବିତ୍ର ରଣା, ବିମଲ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
What's Your Reaction?






