ସତ୍ୟମ ସିଂଘାଲଙ୍କୁ ମାରୱାଡ଼ୀ ଯୁବା ମଞ୍ଚ ଜାଗୃତି ଶାଖା ଖରିଆର ରୋଡ ଦ୍ୱାରା ସମ୍ମାନ

Apr 18, 2025 - 13:18
 0  11
ସତ୍ୟମ ସିଂଘାଲଙ୍କୁ ମାରୱାଡ଼ୀ ଯୁବା ମଞ୍ଚ ଜାଗୃତି ଶାଖା ଖରିଆର ରୋଡ ଦ୍ୱାରା ସମ୍ମାନ

ନୂଆପଡ଼ା :ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲା ମାରୱାଡ଼ୀ ଯୁବା ମଞ୍ଚ ଜାଗୃତି ଶାଖା, ଖରିଆର ରୋଡ଼ ଦ୍ୱାରା ସତ୍ୟମ ସିଂଘାଲଙ୍କୁ ସମ୍ମାନିତ କରାଯାଇଛି। ସେ ୫ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଗୁରୁତର ରୋଗୀ ମାନଙ୍କ ପାଇଁ ରକ୍ତ ବ୍ୟବସ୍ଥା କରି ଜୀବନ ରକ୍ଷାରେ ଅତ୍ୟନ୍ତ ମୂଲ୍ୟବାନ ଭୂମିକା ନିଭାଉଛନ୍ତି, ତାଙ୍କର ଏହି ସେବାଭାବ ଓ ନିଷ୍ଠାକୁ ସ୍ୱୀକାର କରି ମଞ୍ଚ ପକ୍ଷରୁ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି।ଏହି ଅବସରରେ ଖରିଆର ରୋଡ଼ ଏନ୍ ଏ ସି ଅଧ୍ୟକ୍ଷା ସୋନିଆ ଜୈନ, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ,ରଚନା ଜୈନ ପ୍ରମୁଖ ସମ୍ବର୍ଦ୍ଧିତ ସଭାରେ ମଞ୍ଚାସିନ ଥିଲେ ତଥା ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେମାନେ କହିଛନ୍ତି ଯେ ଏପରି ଉଦାହରଣୀୟ କାର୍ଯ୍ୟ ସମାଜରେ ଅନ୍ୟମାନଙ୍କୁ ପ୍ରେରଣା ଦେବ।

What's Your Reaction?

like

dislike

love

funny

angry

sad

wow