ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସର ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନୂଆପଡ଼ା ତରଫରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଟିତ ମେଳାରେ ବୋଡ଼େନ ବିଡିଓ ସୁଶାନ୍ତ କୁମାର ରଣାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ , ସାଂସଦ ପ୍ରତିନିଧି ଅବନୀ ରଂଜନ ଯୋଷୀ , ବୋଡ଼େନ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସଂଗୀତା ମାଝୀ , ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଖେନ୍ଦୁ ରାୟ ,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ ପ୍ରମୁଖ
ଯୋଗଦେଇ ମେଳାର ଶୁଭ ଉଦଘାଟନ କରିଥିଲେ। ପରେ କୃଷି , ଉଦ୍ୟାନ କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ ବିଭାଗ, ଆଇ ସି ଡ଼ି ଏସ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଦ୍ଵାରା ପ୍ରଦର୍ଶିତ ମେଳା କୁ ବୁଳି ଦେଖିଥିଲେ। ପ୍ରଥମେ ଅଗ୍ରପୂଜ୍ୟ ଗଜାନନ, ଜଗତର ନାଥ ଜଗନ୍ନାଥ ଓ ଅଧିଷ୍ଠାତ୍ରୀ ଦେବୀ ମା ଦ୍ୱାରସନିଙ୍କ ଫଟୋ ଚିତ୍ରରେ ମଞ୍ଚାସିନ ଅତିଥି ଗଣ ପୂଜାର୍ଚ୍ଚନା କରିସାରିଲା ପରେ ବୋଡ଼େନ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସସ୍ମିତା ବିଶ୍ବାଳ ସ୍ବାଗତ ଅଭିଭାଷଣ ଓ ବିବରଣୀ ପଠନ କରିଥିଲେ । ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳାର ଉଦେଶ୍ୟ ଅତିଥି ମାନେ ଉପସ୍ଥାପନ କରିଥିବା ବେଳେ କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର୍ ନେଉଥିବା ବିଭିନ୍ନ ଯୋଜନାର ସଫଳ ରୁପାୟନ୍ ପାଇଁ ଚାଷୀ ସରକାରୀ ଯୋଜନାରେ ସାମିଲ ହୋଇ ଆର୍ଥିକ ବିକାଶ କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଚାଷୀଙ୍କ ପାଇଁ ଥିବା ସରକାରୀ ପ୍ରୋତ୍ସାହନ ଉପରେ କହିଥିଲେ। ପରେ ଅତିଥି ମାନଙ୍କ ଦ୍ଵାରା ପ୍ରାଣୀ ସମ୍ପଦ ବିଭାଗର ଶ୍ରେଷ୍ଟ ୪ ଜଣ ଚାଷୀ ଓ ମତ୍ସ୍ୟ ବିଭାଗର ଶ୍ରେଷ୍ଟ ୪ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପ୍ରାଣୀ ପାଳକ ଓ ମତ୍ସ୍ୟ ବିଭାଗର ଚାଷୀଙ୍କୁ ସହାୟତା ରାଶି ଡମୀ ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଡକ୍ଟର ସସ୍ମିତା ବିଶ୍ବାଳ, କଳ୍ପନା ମଙ୍ଗରାଜ ଓ ରଞ୍ଜିତା ଖମାରୀ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ବୋଡ଼େନ ସହକାରୀ ମତ୍ସ୍ୟ ଅଧିକାରୀ ସୁଚିଶ୍ମିତା ପୃଷ୍ଟି ଅତିଥି ପରିଚୟ, ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
What's Your Reaction?