ସମସ୍ୟା ରେ ବାଲିଗୁଡା ସହର, ବଢୁଛି ଟ୍ରାଫିକ ସମସ୍ୟା, ନାହଁ ମୁତ୍ରାଶୟ, ଷ୍ଟାଡିୟମ ପାଲଟିଲା ଯାତ୍ରା ପଡିଆ, ସୁଧାରିବା ପାଇଁ କାହାର ଆନ୍ତରିକତା ନାହିଁ l

ବାଲିଗୁଡ଼ା:ଲୋକ ଆବାଜ.ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲାର ବୃହତ୍ତମ ଉପଖଣ୍ଡ ବାଲିଗୁଡା ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବଢୁଥିବା ବେଳେ ଏହାକୁ ସୁଧାରିବା ପାଇଁ କାହାରି ଆନ୍ତରିକତା ନ ଥିବା ଭଳି ମନେ ହେଉଛି। ଯାହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ବାଲିଗୁଡା ସହର ଦେଇ ପ୍ରତି ଦିନ ଶହ ଶହ ଆନ୍ତଃ ରାଜ୍ୟ ଓ ଜିଲ୍ଲା ଓ ଦିନ ତମାମ ଗାଡ଼ି ଚଳପ୍ରଚଳ ହେଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ବାଲିଗୁଡା ସହର ମଧ୍ଯ ଭାଗକୁ ଛାଡ଼ିଦେଲେ ସ୍ଥାୟୀ ସରକାରୀ ସ୍ତରରେ ବାଇପାସ ରାସ୍ତା ର ସୁବିଧା ନଥିବା ଯୋଗୁଁ ସମସ୍ତ ଭାରୀ ଯାନ ଗୁଡିକ ବଜାର ମଧ୍ଯ ଦେଇ ୫୯ ନଂ ଜାତୀୟ ରାଜପଥ ରେ ଯାତାୟତ କରୁଥିବା ଯୋଗୁଁ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ପାଟ୍ଟଖଣ୍ଡା ମନ୍ଦିର,ନେହୁରୁ ଛକ, ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଅଧିକ ଟ୍ରାଫିକ ସମସ୍ୟା ରହିଛି l
ବାଲିଗୁଡା ସହରରେ ଟ୍ରାଫିକ ସମସ୍ୟା ପ୍ରତି ଉପଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ସ୍ଥାନୀୟ ଥାନା ପୋଲିସ ବିଭାଗ ତରଫରୁ କୌଣସି ପ୍ରକାରେ ଦୃଷ୍ଟି ଦିଆଯାଉନଥିବା ଯୋଗୁଁ ବାଲିଗୁଡା ସହରର ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଦିନ ସମୟ ରେ ଓ ସନ୍ଧ୍ୟା ସ୍କୁଲ, କଲେଜ ଓ ଅଫିସ ସମୟରେ ଅଧିକ ଟ୍ରାଫିକ ସମସ୍ୟା ଦେଖାଦେଉଛି।ବିଭିନ୍ନ ଛୋଟ ବଡ଼ ଗାଡି ରାସ୍ତା ଉପରେ ରଖି ବ୍ୟବସାୟ କରୁଥିବା ବେଳେ କିଏ ଗାଡି ରଖି ଦୋକାନ କୁ ଚାଲି ଯାଉଛନ୍ତି। ସହର ମଧ୍ୟରେ ମଧ୍ୟ ବ୍ୟବସାୟୀ ଙ୍କ ଗୋଦାମ ଘର ରହିଛି ତେଣୁ ଘଣ୍ଟା ଘଣ୍ଟା ସମୟ ଧରି ଜିନିଷ ପତ୍ର ଲୋଡ଼,ଆନଲୋଡ଼ ହେଉଛି,ସନ୍ଧ୍ୟା କିମ୍ବା ଦିନ ସମୟ ରେ ପୁଲିସ ର ପେଟ୍ରୋଲିଂ ହେଉନଥିବାରୁ ସମସ୍ୟା ବୃଦ୍ଧି ପାଉଛି।।ସଚେତନ ଅଭାବରୁ ମନଇଛା ଏଣେତେଣେ ନିଜନିଜର ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଗୁଡ଼ିକୁ ଘଣ୍ଟା ଘଣ୍ଟା ଧରି ରଖୁଛନ୍ତି ଯାହା ଫଳରେ ବିଶେଷ କରି ସ୍କୁଲ ଓ ଅଫିସ ସମୟରେ ଯାତାୟତ କରୁଥିବା ସ୍କୁଲ ଗାଡ଼ି ଓ ଦୁଇ ଚକିଆ ଯାନ ରେ ଯାତାୟତ କରୁଥିବା ସରକାରୀ ତଥା ବେସରକାରୀ କର୍ମଚାରୀ ମାନେ ନିଜର ଗନ୍ତ୍ରବ୍ୟ ସ୍ଥଳରେ ସମୟସୀମା ମଧ୍ୟରେ ପହଞ୍ଚି ନପାରି ଅପଦସ୍ତ ହେଉ ଥିବାର ବହୁ ନଜିର ରହିଛି । ବାଲିଗୁଡ଼ା ସହର ମଧ୍ୟ ଭାଗ ପାଟ୍ଟଖଣ୍ଡା ମାର୍କେଟ ନେହୁରୁ ଛକ ନିକଟ ରେ ଜନଗହଳି ହେଉଥିବା ବେଳେ ଗାଡି ପାର୍କିଂ ପାଇଁ ସ୍ଥାନ ନାହଁ, ଫଳରେ ବଜାର କୁ ଆସୁଥିବା ଗ୍ରାହକ ହୀନସ୍ତା ଭୋଗୁଛନ୍ତି,ତତକାଳୀନ ଉପ ଜ଼ିଲ୍ଲାପାଳ ବଳବନ୍ତ ସିଂ ବାଲିଗୁଡା ସହର କୁ ସରସ ସୁନ୍ଦର ଟ୍ରାଫିକ ସମସ୍ୟା ଓ ପରିମଳ ପାଇଁ ପଦକ୍ଷେପ ନେଇଥିଲେ ପ୍ରାଣୀ ଚିକିତ୍ସା ନିକଟ ତ୍ରିବେଦୀ ପାର୍କ ଓ କୋର୍ଟ ନିକଟ ଓ ଜନ ବହୁଳ ବଜାର ର ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ କରିଥିଲେ,
କ୍ରୀଡା ଓ କ୍ରୀଡାବିତ ଙ୍କ ଉନ୍ନତି ପାଇଁ ମିନି ଷ୍ଟାଡିୟମ ର ଉନ୍ନତି ସ୍ୱରୂପ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘାସ, ଫୁଲ ଫଳ ବୃକ୍ଷ ରୋପଣ କରିଥିଲେ କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏବେ ତାହା ଦୃଶ୍ୟମାନ ହେଉନାହଁ, ବିଭିନ୍ନ ସମୟ ରେ ଯାତ୍ରା ମେଲୋଡି, ମିନାବଜାର କାର୍ଯ୍ୟକ୍ରମ ହେବା ଦ୍ୱାରା ଷ୍ଟାଡିୟମ ନଷ୍ଟ ହେବାକୁ ବସିଲାଣି, ଷ୍ଟାଡିୟମ ଟି ଏବେ ଖେଳ ପଡିଆ ବଦଳେ ଯାତ୍ରା ପଡିଆ ପାଲଟି ଥିବାରୁ କ୍ରୀଡାବିତ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ଲ ଜ଼ିଲ୍ଲା ପ୍ରଶାସନ ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦାବୀ ହୋଇଛି l
What's Your Reaction?






