ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୩ ତମ ପ୍ରତିଷ୍ଠା ଦିବସ
foundation day of Saraswati Sisu Bidya Mandir

କଳାହାଣ୍ଡି ଜିଲ୍ଲା ମ,ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ପରିଚାଳନା କମିଟି ର ସଭାପତି ଅଶ୍ଵିନୀ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମ,ରାମପୁର ରାଜା ବୁଧେ ନ୍ଦ୍ର ପ୍ରତାପ ସିଂହ ଦେଓ, ମୁଖ୍ୟ ବକ୍ତା ପ୍ରଥମ ପରିଚାଳନା କମିଟି ର କୋଷାଧ୍ୟକ୍ଷ ପ୍ରୀତମ୍ କୁମାର ଜୈନ୍ ଯୋଗ ଦେଇଥିବା ବେଳେ ପରିଚାଳନା କମିଟି ସମ୍ପାଦକ ରଜନୀକାନ୍ତ ମହା ଖୁଡ ମଞ୍ଚାଷିନ ରହିଥିଲେ । ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ଆରତୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ଛାତ୍ର ଛାତ୍ରୀ, ପିତୃ ମଣ୍ଡଳୀ, ମାତୃ ମଣ୍ଡଳୀ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା । ସମ୍ପାଦକ ଶ୍ରୀଯୁକ୍ତ ମହା ଖୁଡ଼ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଗୁରୁଜୀ,ଗୁରୂମା ସହଯୋଗ କରିଥିଲେ ।
What's Your Reaction?






