ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ବାର୍ଷିକୀ ଅବସରରେ ପଦଯାତ୍ରା*- *ଓ ବନ୍ଦେ ମାତରଂ ସମୂହ ଗାନ ପ୍ରଶିକ୍ଷଣ*-

Feb 5, 2026 - 19:20
 0  28
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ବାର୍ଷିକୀ ଅବସରରେ ପଦଯାତ୍ରା*- *ଓ  ବନ୍ଦେ ମାତରଂ ସମୂହ ଗାନ ପ୍ରଶିକ୍ଷଣ*-

 ସୋନପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ସୋନପୁର ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମିତି ସ୍ତରୀୟ ପଦଯାତ୍ରା ଅନୁଷ୍ଟିତ ହୋଇ ଯାଇଛି l ଏହି ଅବସର ରେ ବନ୍ଦେ ମାତରଂ ସମୂହ ଗାନ ପ୍ରଶିକ୍ଷଣ ଶିବିର ମଧ୍ଯ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ଯ କ୍ରମ କୁ ମୁଖ୍ୟ ଅତିଥି ଭାବେ ସୋନପୁର ବି ଡି ଓ ପ୍ରତୀକ କର ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ପ୍ରତିନିଧି ସାନନ୍ଦ ମେହେର, ସି ଡି ପି ଓ ସାଗରିକା ସ୍ବାଇଁ, ସୋନପୁର ବ୍ଲକ୍ ସହକାରୀ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ବୈଜୟନ୍ତୀ କର୍ଣ୍ଣ, ପଞ୍ଚାୟତ ସମିତି ସଭ୍ୟ କୋଶୋଳେଶ୍ୱର ମେହେର, କୁଦୋପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ପ୍ରଶିକ୍ଷକ ପୁଷ୍ପକ ରାୟ ଯୋଗ ଦେଇଥିଲେ l ସୋନପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଭ ଦାନୀ ସଭା ମଞ୍ଚ ପରିଚାଳନା କରି ଥିଲେ l ବ୍ଲକ ଛକ ରୁ ଆମ୍ବେଦକର ଛକ ଯାଏ ଏହି ପଦଯାତ୍ରା ଅନୁଷ୍ଟିତ ହୋଇଥିଲା l ସୋନପୁର ବ୍ଲକ୍ ସ୍ତରୀୟ ପଦଯାତ୍ରା ରେ ୨୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିବା ବେଳେ ବନ୍ଦେ ମାତରଂ ସମୂହ ଗାନ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ ରେ ୨୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିଲେ l ସୋନପୁର ପଞ୍ଚାୟତ ସମିତି ସଭ୍ୟ ଓ ସୋନପୁର ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ର ଅଙ୍ଗନ୍ ୱାଡି ସଦସ୍ୟା ଏହି କାର୍ଯ୍ଯ କ୍ରମ ରେ ସାମିଲ ହୋଇଥିବା ବେଳେ ବ୍ଲକ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow