ତୁମୁଡିବନ୍ଧ ଥାନା ରାମପୁର ଛକ ନିକଟରୁ ବୁଲେରୋ ପିକଅପ ଗାଡି ରୁ ବିପୁଳ ପରିମାଣରେ ବିସ୍ପୋରକ ଜବତ ଘଟଣା ପ୍ରେସମିଟ ଜରିଆରେ ଖୁଲାସା କଲେ ବାଲିଗୁଡା ଏସ ,ଡ଼ି ,ପି ,ଓ
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ରାମପୁର ଛକ ରୁ ବିସ୍ପୋରକ ଜବତ ଘଟଣା ର ଖୁଲସା କଲା ତୁମୁଡିବନ୍ଧ ପୋଲିସ, ବାଲିଗୁଡା ଏସ. ଡି. ପି, ଓ ରମେନ୍ଦ୍ର ପ୍ରସାଦ ପ୍ରେସମିଟ ଜରିଆରେ ଦେଲେ ସୂଚନା l ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଜଗନ୍ନାଥପୂର ଗାଁ ରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କୁ ଚାଲାଣ ସମୟରେ ବିସ୍ପୋରକ ଜବତ କରିବା ରେ ସକ୍ଷମ ହୋଇଥିଲା ତୁମୁଡିବନ୍ଧ ପୋଲିସ l 10 ଟନ ରୁ ଉର୍ଦ୍ଧ ବିସ୍ପୋରକ ସହ 4000 ଡିଟୋନେଟର, ଜିଲେଟିନ ଷ୍ଟିକ, କୋର୍ଡେକ୍ସ ୱାଇର, ବିଦ୍ୟୁତ ତାର ଜବତ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ,ବିସ୍ପୋରକ କାରବାର ର ମୁଖ୍ୟ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜିଲ୍ଲା ଆମ୍ବପୁଆ ଗାଁ ର ହେମନ୍ତ ସେଠୀ କୁ ଗିରଫ କରିଛି ପୋଲିସ୍ lଆନ୍ଧ୍ରପ୍ରଦେଶ ର କାକିନାଡ଼ା ରୁ ବିନା ଲାଇସେନ୍ସ ଓ ଫେକ ଜିଏସଟି ବିଲ ରେ ବିସ୍ପୋରକ ଆଣି ଜଗନ୍ନାଥପୂର ଗାଁ ରେ ଥିବା ଗୁହାଳ ଘରେ ବିସ୍ପୋରକ ଗଛିତ ରଖି ଚାଲାଣ କରୁଥିଲା ହେମନ୍ତ ,ବିଭିନ୍ନ କ୍ରସର ଓ କ୍ୱାରୀ ମାଲିକ ଙ୍କୁ ବିନା ଲାଇସେନ୍ସ ଓ ଫେକ ବିଲ ରେ ବିକ୍ରି କରୁଥିଲା ବିପୁଳ ପରିମାଣରେ ବିସ୍ପୋରକ ବିସ୍ପୋରକ କିଣୁଥିବା କ୍ରସର ଓ କ୍ଵାରୀ ମାଲିକ ଙ୍କ ମଧ୍ୟ କୌଣସି ଲାଇସେନ୍ସ ନଥାଇ କିଣୁଥିଲେ ବିସ୍ପୋରକ l ସୂଚନାଯୋଗ୍ୟ ଯେ ଗତ 15 ଅଗଷ୍ଟ ରାତିରେ ତୁମୁଡିବନ୍ଧ ରାମପୁର ଛକ ରେ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଏକ ବୁଲେରୋ ପିକଅପ ଗାଡି ରୁ ଜବତ ବିପୁଳ ପରିମାଣରେ ବିସ୍ପୋରକ ଜବତ କରିଥିଲା l ବିସ୍ପୋରକ ଜବତ ପରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପୂର ଗାଁ ରେ ଚଢ଼ାଉ କରିଥିଲା ତୁମୁଡିବନ୍ଧ ପୋଲିସ ,ତୁମୁଡିବନ୍ଧ ପୋଲିସ ଜଗନ୍ନାଥପୂର ଗାଁ ର ଗୁହାଳ ଘରେ ଚଢ଼ାଉ କରି 6.9 ଟନ ର ଜିଲେଟିନ ଷ୍ଟିକ,କୋର୍ଡେକ୍ସ, ବ୍ୟାଟେରୀ, ବିଦ୍ୟୁତ ତାର ଜବତ କରିଛି l ଏହି ଘଟଣା ରେ ବୁଲେରୋ ପିକଅପ ଡ୍ରାଇଭର ସମେତ ବିସ୍ପୋରକ କିଣିଥିବା କ୍ରସର ମାଲିକ କୁ ମଧ୍ୟ ଗିରଫ କରିଛି ପୋଲିସ ସେମାନେ ହେଲେ ସୋରଡ଼ା ଥାନା ତଳ ଦାନ୍ତିଲିଙ୍ଗ ଗାଁ ର ଡ୍ରାଇଭର ଆଲୋକ ପାତ୍ର , କ୍ରସର୍ ମାଲିକ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ଜଳେଶ୍ୱର ମନ୍ଦିର ପଡା ଶକ୍ତି ରଞ୍ଜନ ଦାଶ , ସେମାନ ଙ୍କ ନିକଟ ରୁ * ଗୋଟିଏ କାର, ଗୋଟିଏ ବୁଲେରୋ ପିକଅପ, 4 ଲକ୍ଷ ଟଙ୍କା ଓ 6 ଟି ମୋବାଇଲ ଜବତ କରିଛି ତୁମୁଡିବନ୍ଧ ପୋଲିସ , ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ସେମାନ ଙ୍କ ସହିତ ମାଓଲିଙ୍କ ଅଛି କି ନାହିଁ ସେନେଇ ଅଧିକ ତଦନ୍ତ ଚଳାଇଥିବା କହିଛନ୍ତି। ବାଲିଗୁଡ଼ା ଏସ. ଡି. ପି. ଓ ରମେନ୍ଦ୍ର ପ୍ରସାଦ l byte 1 ରମେନ୍ଦ୍ର ପ୍ରସାଦ ( ଏସ ଡି ପି ଓ ବାଲିଗୁଡା)
What's Your Reaction?






