ସାଂସଦ ମାଳବିକା ଦେବୀଙ୍କ ଦ୍ଵାରା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ସିଟି ସ୍କାନ ଯନ୍ତ୍ର ଉଦ୍ଘାଟିତ l

Nov 5, 2024 - 21:47
 0  48
ସାଂସଦ ମାଳବିକା ଦେବୀଙ୍କ ଦ୍ଵାରା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ସିଟି ସ୍କାନ ଯନ୍ତ୍ର ଉଦ୍ଘାଟିତ l

ନୂଆପଡ଼ା- ଲୋକ ଆବାଜ. ଇନ (ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାନନୀୟା ସାଂସଦ ମାଳବିକା ଦେବୀଙ୍କ ଦ୍ଵାରା ବହୁ ପ୍ରତିକ୍ଷିତ ନୂତନ ସିଟି ସ୍କାନ ଯନ୍ତ୍ର ଉଦ୍ଘାଟିତ ହୋଇଯାଇଅଛି l ଏହି ବର୍ଣ୍ଣାଢ଼୍ୟ ସମାରୋହରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖରୀଆର ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲାପାଳ ମଧୁସୂଦନ ଦାଶ ଏଵଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

 ଏହାପରେ ସାଂସଦ ଏଠାକାର ସଭାଗୃହରେ ରୋଗୀ କଲ୍ୟାଣ ସମିତିର ଛଅ ମାସିକ ବୈଠକରେ ଯୋଗଦାନ କରିଥିଲେ l ଏଥିରେ କମିଟି ସଦସ୍ୟ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖରୀଆର ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷ ଜିଲ୍ଲାପାଳ ମଧୁସୂଦନ ଦାଶ , ଆବାହକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧରଣୀଧର ସେନାପତି, ମେଡିକାଲ୍ ସୂପରୀଟେଣ୍ଡେଣ୍ଟ ପ୍ରମୁଖ ଯୋଗଦେଇଥିଲେ l ସିଡିଏମଓଙ୍କ ସ୍ବାଗତ ସମ୍ଭାଷଣ ପରେ ଡିପିଏମଓ ଦିଲ୍ଲୀପ ଦୁବେ ବିଗତ ବର୍ଷର ଆୟବ୍ୟୟର ହିସାବ ଏଵଂ ଆସନ୍ତା ବର୍ଷର ବଜେଟ୍ ଉପସ୍ଥାପନ କରିବା ସହିତ ମୁଖ୍ୟ ଚିକିତ୍ସାଳୟର ସମସ୍ତ ସୁବିଧା ସୁଯୋଗ ଓ ଅସୁବିଧା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ l ଏବେ ଏଠାରେ ୪୦ ଜଣ ଡାକ୍ତର ୯୪ ଟି ପୋଷ୍ଟ ଖାଲି,୬୮ ଜଣ ଷ୍ଟାଫ୍ ନର୍ସ ୨୪ ଟି ଖାଲି,୮ ଜଣ ଫାର୍ମାସିଷ୍ଟ ୭ ଟି ଖାଲି ଏଵଂ ୪ ଜଣ ରେଡ଼ିଓ ଗ୍ରାଫର ଅଛନ୍ତି l ଗତ ବର୍ଷ ଏଠାରେ ୧୦୧୮୨୬ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଏବର୍ଷ ଏପ୍ରିଲ୍ ରୁ ଏପର୍ଯ୍ୟନ୍ତ ୫୫୩୭୨ଜଣ ରୋଗୀ ଚିକିତ୍ସା ଲାଭ କରିଛନ୍ତି l ସିମିତ କର୍ମଚାରୀ ସତ୍ତ୍ୱେ ଜନସାଧାରଣଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇଦେବାକୁ ଜିଲ୍ଲାପାଳ ଡାକ୍ତର ଓ କର୍ମଚାରୀଙ୍କୁ ଆହ୍ବାନ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow