ଗୁମାପଦର ରେ କବାଡି ଫାଇନାଲ ମ୍ୟାଚ ଅନୁଷ୍ଠିତ !!!!! ବାରଖମା ବିଜେତା .......... ବାଲିଗୁଡା ଉପ ବିଜେତା

ବାଲିଗୁଡ଼ା : ଲୋକ ଆବାଜ୍.ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ
ଶ୍ରୀ ଜଗନ୍ନାଥ ଯୁବକ ସଂଘ ଆନକୂଲ୍ୟରେ ଗତ 28 ତାରିଖରୁ କ ନୂଆଗାଁ ବ୍ଲକ୍ ଗୁମା ପଦର ରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଫାଇନାଲ ମ୍ୟାଚ୍ ଆଜି ଗାନ୍ଧୀ ଜୟନ୍ତୀ ରେ ଉଦଯାପିତ ହୋଇ ଯାଇଛି l
ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ସମ୍ମାନିତ ଅତିଥି ଭାବେ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ଦିବାକର ସାହୁ, କ୍ରୀଡାବିତ ସୁରେନ୍ଦ୍ର ପାତ୍ର, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ତଥା କୃଷକ ମୋର୍ଚ୍ଚ lସଭାପତି ନୀଳ ମାଧବ ବେହେରା, ଇନ୍ଦ୍ରମଣି ପାତ୍ର, ଜଗନ୍ନାଥ ବିଷୋୟୀ ମଂଚାସୀନ ଥିଲେ l
ଗତ 28 ତାରିଖ ଦିନଠାରୁ ଅନୁଷ୍ଠିତ ମ୍ୟାଚ ରେ ସମୁଦାୟ ଚବିଶି ଟି ଦଳ ଅଂଶ ଗ୍ରହଣ କରିଥଲେ l ବାରଖମା ଦଳ ଓ ବାଲିଗୁଡା ଦଳ ଫାଇନାଲ କୁ ପ୍ରବେଶ କରିଥିଲା lଉଭୟ ଦଳର ଖେଳାଳୀ ଚିତ୍ତାକର୍ଷକ କ୍ରୀଡା ପ୍ରଦର୍ଶନ କରିଥିଲେ l ବିଜେତା ଓ ଉପ ବିଜେତା ଦଳ କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ନଗଦ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ କୁ ସଚ୍ଚିଦାନନ୍ଦ ପାତ୍ର, ମୁନି ଦିଗାଲ ସମେତ ଗୁମା ପଦର ଗ୍ରାମବାସୀ ସଫଳ ଆୟୋଜନ କରିଥିଲେ l
What's Your Reaction?






