ସାଂସଦ ସୁଜିତ୍ କୁମାରଙ୍କ ଜନ୍ମ ଦିନ, ବୋଡ଼େନ ବି ଜେ ପି ପକ୍ଷରୁ ସାଲ,ଫଳ, ଖାତା କଲମ ବଣ୍ଟନ
ନୂଆପଡ଼ା - ଲୋକ ଆବାଜ. ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ସାଂସଦ ସୁଜିତ କୁମାରଙ୍କ ଜନ୍ମ ଦିବସ ଉପଲକ୍ଷେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଭା ଜ ପା କାର୍ଯ୍ୟକର୍ତ୍ତା ଜ୍ୟୋତି ରାଜ ଦଣ୍ଡସେନା, ଇମ୍ରାନ୍ ମହମ୍ମଦ ଓ ଅନ୍ୟ କାର୍ଯ୍ୟକର୍ତ୍ତା ବୋଡ଼େନ ସ୍ଥିତ ଆଇ ପି ଏସ ରେ ଛାତ୍ରଛାତ୍ରୀଙ୍କୁ ଖାତା,କଲମ, ପେନ୍ସିଲ ଓ ରବର୍ ବଣ୍ଟନ କରିଥିବା ସହିତ ମାଆ ଗୃହରେ ମାଁ ମାନଙ୍କୁ ଶାଲ ଦେବା ସହ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ନିରୀହ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି । ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅତିନ୍ଦ୍ର ଜିତ ସିଂ ମଲ୍ଲିକ,ରାଜୁ ହେର୍ଣ୍ଣା,ହରି ପ୍ରଧାନି,ନୀଳାମ୍ବର ମେହେର,ଧନେଶ୍ଵର ମେହେର,ରମେଶ ମେହେର ତଥା ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟି ବୋଡ଼େନ ବ୍ଲକର କର୍ମୀ ସୁଜିତ୍ କୁମାରଙ୍କୁ ଶୁଭେଚ୍ଛା,ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି
What's Your Reaction?