ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ
ନୂଆପଡ଼ା - ଲୋକ ଆବାଜ୍.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡେନ ସଭାଗୃହରେ ବି ଡି ଓ ସୁଶାନ୍ତ କୁମାର ରଣାଙ୍କ ଅଧ୍ୟକ୍ଷତାରେ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ବର ମେହେର, ଅତିରିକ୍ତ ତହସିଲଦାର ଅନସୂୟା ବାଗଦେବି ମଞ୍ଚାସିନ ଥିଲେ । ଶ୍ରୀଯୁକ୍ତ ରଣା ଶାନ୍ତି ଶୃଙ୍ଖଳା ସହିତ କିପରି ଭଲ ଭାବରେ ସାଧାରଣ ତନ୍ତ୍ର ଦିବସ ପାଳନ ହେବ ସେଥି ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପୂର୍ବ ବର୍ଷର ପ୍ରସ୍ତୁତି ବୈଠକର ବିବରଣୀକୁ ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ଜୁନିଅର ଆସିଷ୍ଟାଣ୍ଟ ହିତେଶ କୁମାର ଆଡବାହି ପଠନ କରିଥିଲେ ।ବୈଠକରେ ଆଲୋଚନା ବିଷୟବସ୍ତୁ ଗୁଡ଼ିକ ଥିଲା - ପ୍ରଭାତ ଫେରି,ଜାତୀୟ ପତାକା ଉତ୍ତୋଳନ,ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡ,ସହର ପରିକ୍ରମା,ମାର୍ଚ୍ଚ ପାଷ୍ଟ,ମାର୍ଚ୍ଚ ପାଷ୍ଟ୍ ପ୍ରତିଯୋଗିତା,ବିଚାରକ ମଣ୍ଡଳୀ,ମଞ୍ଚ ପ୍ରସ୍ତୁତି,ମଞ୍ଚ ପରିଚାଳନା,ପୁରସ୍କାର ସାମଗ୍ରୀ କ୍ରୟ କମିଟି,ପ୍ୟାରେଡ ପଡିଆ ସାଜସଜ୍ଜା,ପ୍ୟାରେଡ ପଡିଆ ପରିଚାଳନା,ମିଷ୍ଟାନ୍ନ ପ୍ରସ୍ତୁତି ଓ ବଣ୍ଟନ,ପ୍ରତିଯୋଗିତା ବିବରଣୀ,ବିଭିନ୍ନ ଦାୟୀତ୍ୱ ନିର୍ବାହ।ସଭାରେ ଜିପିଡିଓ ଭୀଷ୍ମ କୁମାର, ସମାଜ ସେବୀ ଫାରୁକ ମହମ୍ମଦ, ଡବ୍ଳୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହି, ବରିଷ୍ଠ ନାଗରିକ ପର୍ଶୁରାମ ସେଠି, ଶିକ୍ଷକ ବୈଷ୍ଣବ ଦୁରିଆ, ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ମୁରାରୀ ଲାଲ ହୋତା, ବିଏସ ଏସ ଓ କୁମର ମାଝୀ, ସ୍ନାତକ ମହାବିଦ୍ୟାଳୟରୁ ଚରଣ ମାଝୀ, ସମାଜ ସେବୀ ରାଜ କୁମାର ନାଗ, ସାମ୍ବାଦିକ ରାମନାଥ ପଣ୍ଡା, ବଂଶୀଧର ନାଗ, ସମ୍ବାଦ ପ୍ରତିନିଧି ଭିଷ୍ମ ଦେବ ହେର୍ଣ୍ଣା, ଏସ ଏସ ଡି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସା , ଏବି ଏଫ ରାକେଶ ଷଡଙ୍ଗୀ, ଯୋଗାଣ ନିରୀକ୍ଷକ ଆଲୋକ ପାତ୍ର,ଆଇ ସି ଡି ଏସ ରୁ ଅହଲ୍ୟା ଜଗତ ଓ ବେଦ ମତୀ ଖମାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା , ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ରହିଥିଲେ । ଜୁନିଅର ଆସିଷ୍ଟାଣ୍ଟ ହିତେଶ କୁମାର ଆଡବାହୀ ଧନ୍ଯବାଦ ଅର୍ପଣ କରିଥିଲେ
What's Your Reaction?