ସରକାରୀ ଉଚ୍ଚ ବିଦ୍ୟାଳୟ ତୁଜୁଙ୍ଗ ର ବାର୍ଷିକ ଉତ୍ସବ

Jan 29, 2025 - 19:53
 0  64
ସରକାରୀ ଉଚ୍ଚ ବିଦ୍ୟାଳୟ ତୁଜୁଙ୍ଗ ର ବାର୍ଷିକ ଉତ୍ସବ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)

;- କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଅନ୍ତର୍ଗତ ପଣ୍ଡକା ମାଲ ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ତୁଜୁଙ୍ଗ ର ବାର୍ଷିକ ଉତ୍ସବ ପାଳିତ ହେଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନୀତ ଅତିଥି ସରପଞ୍ଚ ପଣ୍ଡକାମାଲ ଗ୍ରାମ ପଞ୍ଚାୟତ ରୀନା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ରଞ୍ଜିତା ନାଏକ, ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ଶିକ୍ଷକ ଉଦୟ ନାୟକ,ବୃନ୍ଦାବନ ନାଗ ଉପସ୍ଥିତ ରହି ଥିଲେ । ଶିକ୍ଷୟିତ୍ରୀ କବିତା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭ ରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ବାର୍ଷିକ ବିବରଣୀ ଶିକ୍ଷକ ହିଂମାଶୁ ଶେଖର ସିଂ ଭୋଇ ପଠନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ମନୋରଞ୍ଜନ କରିଥିଲେ, ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଶିକ୍ଷକ ସୁଶାନ୍ତ ନିଖଣ୍ଡିଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow