ସାମ୍ବାଦିକ ଅଶୋକ ମିଶ୍ର ମୃତ୍ୟୁ :

Mar 22, 2025 - 22:00
 0  17
ସାମ୍ବାଦିକ ଅଶୋକ ମିଶ୍ର ମୃତ୍ୟୁ :

ସାମ୍ବାଦିକ ଅଶୋକ ମିଶ୍ର ମୃତ# ପରିବାର ପକ୍ଷରୁ ହତ୍ୟା ସନ୍ଦେହ # 

ଫୁଲବାଣୀ: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

କନ୍ଧମାଳ ଜିଲ୍ଲା ପ୍ରମାଦ ଗଣମାଧ୍ୟମ ଜିଲ୍ଲା ପ୍ରତିନିଧି ସାମ୍ବାଦିକ ଅଶୋକ ମିଶ୍ର ଙ୍କର ଗତକାଲି ବିଳମ୍ବତ ରାତିରେ ମୃତ ହୋଇଯାଇଛି। ସାମ୍ବାଦିକ ଅଶୋକ ମିଶ୍ର ଜଣେ ଦୁଃସାହାସିକ ସାମ୍ବାଦିକ ଭାବେ ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ଏବଂ ଜନସାଧାରଣ ନିକଟରେ ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ହଠାତ୍ ମୃତ୍ୟୁ ଖବର ଶୁଣି ସାମ୍ବାଦିକ ମହଲରେ ଶୋକର ଛାୟା ଖେଳଯାଇଛି । ସୂଚନାଯୋଗ୍ୟ ଅଶୋକ ମିଶ୍ର ଏବଂ ତାଙ୍କ ମହିଳା ସହଯୋଗୀ ଦୁହେଁ ମିଶି ଫୁଲବାଣୀ ଏଫ୍ ସି ଆଇ ଛକ ନିକଟରେ ଏକ ଫାଷ୍ଟ ଫୁଡ୍ ଦୋକାନ ଖୋଲିଥିଲେ । ଗତକାଲି ଫୁଲବାଣୀ ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଉଦ୍ଘାଟନ ଦିବସ ହୋଇଥିବା ହେତୁ ସାମ୍ବାଦିକ ଅଶୋକ ମିଶ୍ର ଖବର ସଂଗ୍ରହ ଓ ଫୋଟ ଉତ୍ତୋଳନ କରିବା ପାଇଁ ଦୋକାନ ବେପାର ଛାଡ଼ି  ଯାଇଥିଲେ। ସେହି ମହିଳା ଦୋକାନ ନିଜେ ଚଳାଇଥିଲେ। ସହଯୋଗୀ ମହିଳା ଦୋକାନ ବନ୍ଦ କରି ଘରକୁ ଫେରିଲା ବେଳେ ସାମ୍ବାଦିକ ଅଶୋକ ମିଶ୍ର ଙ୍କର ମୃତ ଦେହ ସେମାନେ ଅରବିନ୍ଦ ନଗରରେ ରହୁଥିବା ଘର ଦାଣ୍ଡରେ ପଡ଼ିଥିବା ଦେଖିଥିଲା ବୋଲି ମହିଳା ଜଣକ ପୋଲିସ୍ ସମ୍ମୁଖ ରେ ବୟାନ ଦେଇଥିଲେ । ମୃତ ସାମ୍ବାଦିକ ଅଶୋକ ମିଶ୍ର ଙ୍କର ବଡ଼ଭାଇ ଅରୁଣ ମିଶ୍ର ମୋଭାଇ ଅଶୋକ ସହିତ ଗତକାଲି ରାତି ୯ଟା ୧୫ ମିନିଟ ସମୟ ରେ ମୁଁ କଥା ହୋଇଥିଲି ରାତ୍ର ୧୨ ଟା ସମୟରେ ମହିଳା ଜଣକ ତୁମ ଭାଇର ଦେହ ବହୁତ ଅସୁସ୍ଥ ଅଛି ତୁମେ ଶୀଘ୍ର ଆସ ବୋଲି କହିବାରୁ ମୁଁ ମେଡିକାଲ୍ ଯାଇ ଦେଖିବା ବେଳକୁ ମୋଭାଇ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ। ମୋ ଭାଇ ଙ୍କୁ ହତ୍ୟା କରାଯାଇଛି ବୋଲି ହତ୍ୟା ସନ୍ଦେହ କରି  ମୃତକର ଭାଇ ଅରୁଣ ମିଶ୍ର ଫୁଲବାଣୀ ଆଦର୍ଶ ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି। ମେଡିକାଲ୍ ରେ  ଅଶୋକ ମିଶ୍ର ଙ୍କୁ ପହଞ୍ଚାଇବା ପୂର୍ବରୁ ତାଙ୍କର ମୃତ୍ୟୁ  ହୋଇଯାଇଥିବା ଡାକ୍ତର ଙ୍କ ଏମ ଏଲ୍ ସି ରିପୋର୍ଟ ରୁ ଜଣା ପଡ଼ିଛି। ଅଭିଯୋଗ କୁ ଭିତ୍ତି କରି ଫୁଲବାଣୀ  ଟାଉନଥାନା ଅଧିକାରୀ ସ୍ୱରୂପ କିଶନଙ୍କ ନିର୍ଦ୍ଦେଶରେ ଏ ଏସ ଆଇ ବୀରେନ୍ଦ୍ର ପ୍ରଧାନ ତଦନ୍ତ ଅଧିକାରୀ ଭାବେ ଦାୟିତ୍ଵ ନେଇ କେସ ନଂ ୧୨/୨୫ ଏକ ଅପମୃତ ମାମଲା ରୁଜୁ କରିବା ସହ ଫୁଲବାଣୀ ବଡ଼ ମେଡିକାଲ୍ କୁ ଯାଇ ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା ପୋଲିସ୍। ଘଟଣା ର ପ୍ରକୃତ କାରଣ ଜାଣିବା ନିମନ୍ତେ ତଦନ୍ତ ଚଳାଇ ଥିବା ପୋଲିସ୍ ନିକଟ ରୁ ସୂଚନା ମିଳିଛି l

What's Your Reaction?

like

dislike

love

funny

angry

sad

wow