ଶ୍ରୀ ଜଗନ୍ନାଥ ମହୋତ୍ସବରେ ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ସଚେତନତା ଅଭିଯାନ :

ଶ୍ରୀ ଜଗନ୍ନାଥ ମହୋତ୍ସବରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ସଚେତନତା ଅଭିଯାନ:
ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ଶ୍ରୀ ଜଗନ୍ନାଥ ମହୋତ୍ସବ ରାମେଶ୍ବର ଷ୍ଟାଡିୟମ ଠାରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି l ଆସନ୍ତା ୨୫ ତାରିଖ ଯାଏ ପ୍ରତ୍ୟହ ସକାଳ ୬ ଟା ରୁ ୭ ଟା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ ବୋଲି ସୁଚନା ମିଳିଛି l ଶ୍ରୀ ଜଗନ୍ନାଥ ମହୋତ୍ସବ ଶ୍ରୀ ରାମେଶ୍ବର ଷ୍ଟାଡିୟମ୍ କୁ ସଫା ସୁତୁରା ରଖିବା ପାଇଁ ପୌର ପ୍ରଶାସନ, ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ଓ ସୋନପୁର କଲେଜ୍ ଏନ୍ ସି ସି କୁ ମହୋତ୍ସବ କମିଟି ଦାୟିତ୍ବ ଅର୍ପଣ କରିଥିବା ଜଣା ଯାଇଛି l ପ୍ରତିଦିନ ସଫେଇ କାର୍ଯ୍ୟକ୍ରମ କୁ ତଦାରଖ କରିବା ସହିତ ଏହି ପବିତ୍ର ପୀଠ ରେ ନିଜ ନିଜ ର ବହୁ ମୂଲ୍ୟ ସମୟ ଓ ସେବା ପ୍ରଦାନ କରି ସୌଭାଗ୍ୟ ଲାଭ କରିବାର ସୁଯୋଗ ପାଇ ଆତ୍ମ ସନ୍ତୋଷ ଲାଭ କରି ଛନ୍ତି ସମସ୍ତ ସ୍ବେଛାସେବୀ l ସଂଗଠନ ର ଉପଦେଷ୍ଟା ଗରିବ ଲୋଇ, କଲେଜ୍ ଏନ୍ ସି ସି ଲ୍ୟାଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା , ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷି ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ଓ ସ୍ବେଛାସେବୀ ଇନ୍ଦୁ ମତି ପୁରୋହିତ, ପ୍ରମୋଦ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସ୍ବେଛାସେବୀ ,କଲେଜ ଏନ୍ ସି ସି କ୍ୟାଡେଟ ଓ ପୌର କର୍ମଚାରୀ ଯୋଗ ଦେଇଥିଲେ l
What's Your Reaction?






