ସିଆରପି,ଏମବିକେ ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ.... ମଙ୍ଗଳବାର ଠୁଁ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଧାରଣା ରେ ବସିବାକୁ ନିଷ୍ପତ୍ତି

Sep 23, 2025 - 07:52
 0  137
ସିଆରପି,ଏମବିକେ ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ.... ମଙ୍ଗଳବାର ଠୁଁ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଧାରଣା ରେ ବସିବାକୁ ନିଷ୍ପତ୍ତି

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଆରପି,ଏମବିକେ ସଂଘ ପକ୍ଷରୁ ସୋମବାର ବିଡିଓ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଏଥିରେ ବର୍ତ୍ତମାନ ସରକାର ସିଆରପି,ଏମବିକେ ମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାର ରେ ପ୍ରୋତ୍ସାହନ ରାଶୀ ଦେବାକୁ ନିଷ୍ପତ୍ତି ଓ ରାଜସ୍ୱ ଗ୍ରାମ ରେ ଜଣେ ସିଆରପି ରଖିବା କୁ ନିଷ୍ପତ୍ତି ନେଉଥିବା ରୁ ଏହାର ପ୍ରତିବାଦ ରେ ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ସରକାର ଉପରକ୍ତ ନିୟମ ପରିବର୍ତ୍ତନ ନ କରିବା ଯାଏଁ ସଂଘ ଧାରଣା ଦେବାକୁ ସ୍ଥିର କରିଥିବା ସଂଘ ର ସମ୍ପାଦିକା ସନ୍ତୋଶି ମାଝୀ ପ୍ରକାଶ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ସିଆରପି ଏମବିକେ ମାନେ ମାସିକ ଦରମା ଆକାର ରେ ପ୍ରାପ୍ୟ ପାଉଥିବା ବେଳେ ଏବେ ସରକାର ସେ ସବୁ ଉପରେ ପରିବର୍ତ୍ତନ କରିଥିବା ସଂଘ କର୍ମକର୍ତ୍ତା କହିଛନ୍ତି। ତେବେ ସରକାର ଙ୍କ ନୂତନ ନୀତି ଯୋଗୁଁ ବ୍ଲକ ର ତେରେସିଙ୍ଗା,ଗଜବାହାଲ,ସ. ମାଲପଡା, କର୍ଲାମୁଣ୍ଡା,ଵୋରପଦର ଆଦି ଗ୍ରାମ ପଞ୍ଚାୟତ ରେ ନିଯୁକ୍ତି ପାଇଥିବା ୪୬ ଜଣ ସିଆରପି ଓ ୫ ଜଣ ଏମବିକେ ପ୍ରଭାବିତ ହେବାକୁ ଥିବା ଜଣା ପଡ଼ିଛି।

What's Your Reaction?

like

dislike

love

funny

angry

sad

wow