ସିଆରପି,ଏମବିକେ ସଂଘ ର ଧାରଣା ସ୍ଥଳ ରେ ପହଞ୍ଚିଲେ କଂଗ୍ରେସ ବ୍ଲକ ସଭାପତି ଓ ବ୍ଲକ ଅଧକ୍ଷ୍ୟା
କର୍ଲାମୁଣ୍ଡା:(ଲୋକ ଆବାଜ. ଇନ ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଆରପି,ଏମବିକେ ସଂଘ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଧାରଣା ସ୍ଥଳ ରେ ବୁଧବାର କର୍ଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଓ ବ୍ଲକ ଅଧକ୍ଷ୍ୟା କୁନି ସାହୁ ପହଞ୍ଚି ରାଜ୍ୟ ସରକାରଙ୍କୁ ବର୍ଷି ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସରକାର ସିଆରପି,ଏମବିକେ ମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାର ରେ ପ୍ରୋତ୍ସାହନ ରାଶୀ ଦେବାକୁ ନିଷ୍ପତ୍ତି ଓ ରାଜସ୍ୱ ଗ୍ରାମ ରେ ଜଣେ ସିଆରପି ରଖିବା କୁ ନିଷ୍ପତ୍ତି ନେଉଥିବା ରୁ ଏହାର ପ୍ରତିବାଦ ରେ ବ୍ଲକ କାର୍ଯ୍ୟାଳୟ ପରିସରରେ ସରକାର ଉପରକ୍ତ ନିୟମ ପରିବର୍ତ୍ତନ ନ କରିବା ଯାଏଁ ସଂଘ ଧାରଣା ରେ ବସି ରହିଥିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
What's Your Reaction?