ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ଅଭିଯାନ ର ଶୁଭ ଉଦଘାଟନ ପାଇଁ ଉତ୍ସାହ ରେ ଆସି ନିରାଶ ରେ ଫେରିଲେ ମହିଳା।

Sep 18, 2024 - 17:00
 0  21

ମାଲକାନଗିରି: ଲୋକ ଆବାଜ.ଇନ୍(ଅବଦୁଲ ଗାନି ଙ୍କ ରିପୋର୍ଟ)

ମାଲକାନଗିରି ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ। ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ଅଭିଯାନ ର ଉଦଘାଟନ କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ ବହୁତ ମହିଳା ମାନେ ଯୋଗଦାନ କରିଥିଲେ। ବ୍ଲକ ପ୍ରଶାସନ ଙ୍କ ଆକଳନ ଠାରୁ ଅଧିକ ହେବାରୁ। ପୁଣି ସୁଭଦ୍ରା ଙ୍କ ନିମନ୍ତେ ଚୈର ର ଵେବସ୍ତା ଓ ଖାଦ୍ୟ ଵେବସ୍ତା ଅଧିକ କରିବାକୁ ଦେଖିବାକୁ ମିଳିଛି। ମହିଳା ସୁଭଦ୍ରା ଟଙ୍କା ଆଜି ମିଳିବ ବୋଲି ବଡ଼ ଉତ୍ସାହ ସହ ଆସିଥିଲେ। କିନ୍ତୁ କେବଳ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ରେ ହୁଲିହୁଲି ଦେଇ ନିରାଶ ରେ ଫେରିଥିବା ଆଲୋଚନା ହେଉଛି। ଆଜି ସଖାଳ ଠାରୁ ମାଥିଲି ବ୍ଲକ ର କୁଡ଼ିଏ ଗୋଟି ଗ୍ରାମପଞ୍ଚାୟତ ରୁ ହଜାର ହଜାର ମହିଳା ମାନେ ଛୋଟ ଛଟ ଛୁଆଙ୍କୁ ଧରି ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ପାଇବା ଆଶରେ ଆସିଥିଲେ। କିନ୍ତୁ ସେମାନେ ଟଙ୍କା ନପାଇ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଏମାନଙ୍କୁ ମହିଳା ଗୋଷ୍ଠୀ, ଓ ଓ. ଏଲ. ଏମ. ଡାକିଥିଲେ ବୋଲି ପ୍ରକାଶ କରିଛନ୍ତି।ଏଥି ସହ ଆମେ ଦୁର୍ଗମ ଅଂଚଳ ରୁ ଆସିଥିବାରୁ ଯିବାକୁ କହିବାରୁ ମୁଖ୍ୟ ଫାଟକ ବନ୍ଧ କରିଦେଇଥିଲେ। ଯାହାଦ୍ୱାରା ନାଇନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି।

What's Your Reaction?

like

dislike

love

funny

angry

sad

wow