ଅଭାବକୁ ବୁଝିଲେ ଜିଲ୍ଲାପାଳ , ଉଚ୍ଚ ଶିକ୍ଷା ପାଇଁ ସହାୟତା ପ୍ରଦାନ

Apr 26, 2026 - 13:08
 0  12
ଅଭାବକୁ ବୁଝିଲେ ଜିଲ୍ଲାପାଳ ,    ଉଚ୍ଚ ଶିକ୍ଷା ପାଇଁ ସହାୟତା ପ୍ରଦାନ

ନୂଆପଡ଼ା - ୨୬-୪ ଲୋକ ଆବାଜ୍ .ଇନ୍(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ଆଜି ନୂଆପଡ଼ା ଜିଲ୍ଲାପାଳ ବୋଡ଼େନ ବ୍ଲକ ବିନୋପୁର ଗାଁରେ ୨୦୨୩ ମସିହାରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଆର୍ଥିକ ଅଭାବ କାରଣରୁ ଉଚ୍ଚ ଶିକ୍ଷା ପାଇ ପାରୁନଥିବା ନିରୀହ ଗରିବ ଝିଅ ସ୍ମୃତି ସୁନାନିଙ୍କ ଘରେ ପହଞ୍ଚି ତା'ର ପଢା ଖର୍ଚ୍ଚ ପାଇଁ ୨୦୦୦୦ (କୋଡ଼ିଏ ହଜାର) ଟଙ୍କା ସହଯୋଗ କରିଛନ୍ତି । ଝିଅର ବାପା ଆର୍ଥିକ ଅଭାବ ଦୃଷ୍ଟିରୁ ଝିଅକୁ ଉଚ୍ଚ ଶିକ୍ଷା ଯୋଗାଇବାରେ ଅସମର୍ଥ ଥିଲେ ତେଣୁ ଝିଅ ମଧ୍ୟ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହୋଇ ରହି ଯାଇଥିଲା ଯାହାକୁ ଜିଲ୍ଲାପାଳ ଅନୁଭବ କରିପାରିଲେ ଏବଂ ଆଜି ଏହି ଗରିବ ଘରେ ଜିଲ୍ଲାପାଳ ମଧୁସୂଦନ ଦାସ ପାଦ ପକାଇଲେ ।ଜିଲ୍ଲାପାଳଙ୍କ ସହିତ ଉପ ଜିଲ୍ଲାପାଳ ସୁରମି ସୋରେନ,ବି ଡି ଓ କାର୍ମୀ ଓରାମ,ତହସିଲଦାର ସରିତା ଗୁପ୍ତା ଉପସ୍ଥିତ ରହିଥିଲେ ।ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ପାଇଁ ଝିଅର ପରିବାର ବହୁତ୍ ଖୁସି ଓ ଜିଲ୍ଲାପାଳଙ୍କ ପ୍ରଶଂସା କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow