ସୁଭଦ୍ରା ଯୋଜନା ସଚେତନ ଓ ପଦଯାତ୍ରା କାର୍ଯ୍ୟକ୍ରମ।

Sep 15, 2024 - 21:26
 0  102
ସୁଭଦ୍ରା ଯୋଜନା   ସଚେତନ ଓ ପଦଯାତ୍ରା କାର୍ଯ୍ୟକ୍ରମ।

ମାଲକାନଗିରି:ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ)

ମାଲକାନଗିରି ଜିଲ୍ଲାର ଭିଭିନ୍ନ ବ୍ଳକରେ ଆଜି ସୁଭଦ୍ରା ଯୋଜନା ସଚେତନ ଓ ପଦଯାତ୍ରା ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଇଛି। ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଶହରା ପଡିଆ ଠାରୁ ଏକ ଶୋଭାଯାତ୍ରା କୁ ମାଲକାନଗିରି ଏପିଡ଼ି ରାମଚନ୍ଦ୍ର ଖଡିଆ ଓ ମାଥିଲି ଗୋଷ୍ଠିଉନ୍ନୟନ ଅଧିକାରୀ ହିମାଂଚଳ ମାଝୀ ଯୋଗଦେଇ। ସୁଭଦ୍ରା ଯୋଜନା ସଚେତନ ଓ ପଦଯାତ୍ରା ର ଶୁଭରାମ୍ବ କରିଥିଲେ। ଶୋଭା ଯାତ୍ରା ବାହାରି ସଚେତନ କରିବା ସହ ମାଥିଲି ବ୍ଲକ ଶୋଭାଗୃହ ଠାରେ ଘରେ ଘରେ ସୁଭଦ୍ରା ଯୋଜନା ପହଞ୍ଚିବ,ସେଥିପାଇଁ ସମସ୍ତଙ୍କୁ ସଚେତନ କରିଥିଲେ ।

 ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସି.ଡି.ପି. ଓ ମିନତୀ ବେହେରା, ଅତିରିକ୍ତ ଗୋଷ୍ଟୀଉନ୍ନୟନ ଅଧିକାରୀ ସୋରଜ କୁମାର ପ୍ରଧାନ, ବିପିଏମ ବିନୀତ କୁରା, ବି. ପି.ସି.ସୁଶୀଳା ନାୟକ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ କୁ ବି ଆର ସି ଡାକୁଆ ପରିଚାଳନା କରିଥିଲେ। ଏଥିରେ ଅଙ୍ଗନବାଡି, ମହିଳା ସଂଗଠନ, ଆଶାକର୍ମୀ ଙ୍କ ସହ ଗ୍ରାମ ର ମହିଳା ମାନେ ଯୋଗଦେଇଥିଲେ

What's Your Reaction?

like

dislike

love

funny

angry

sad

wow