ରିଷିଡା:ଘରେ ଥିବା ବାଇକ୍ କୁ ପୋଡିଦେଲେ ଦୃବୃର୍ତ୍ତ

କର୍ଲାମୁଣ୍ଡା ୧୫/୯: ଲୋକ ଆବାଜ. ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡାର ପୁଲିସଫାଣ୍ଡିକୁ ଲାଗିରହିଥିବା ଜଣେ ଫଟୋ ଷ୍ଟୁଡିଓ ମାଲିକଙ୍କ ଘରଭିତରେ ଥିବା ଏକ ବାଇକକୁ କେହି ଦୃବୃର୍ତ୍ତ ପୋଡିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାମତେ ରିଷିଡା ପ୍ରଗତୀ ଫଟୋ ଷ୍ଟୁଡିଓର ମାଲିକ ସୁରେନ୍ଦ୍ର ସାହୁ ଙ୍କ ଘରେ ତାଙ୍କର ଆପାଚି ଆରଟିଆର ୧୬୦ (ଓଡି୩୩ପି୪୧୯୫) ବାଇକକୁ ସବୁଦିନ ପରି ରଖିଥିଲେ । ରାତି ୧୧ଟାରେ ସେ ଷ୍ଟୁଡିଓ କାମ ସାରି ଘରକୁ ଫେରିଥିଲେ । ତେବେ ରାତି ପାଖାପାଖି ୧୨ ଟାରେ ସେ କିଛି ଆବାଜ ଶୁଣି ଘରୁ ବାହାରିଥିବା
ବେଳେ ତାଙ୍କ ବାଇକ ପୋଡି ଯାଉଥିବା ଦେଖିଥିଲେ । ସେତେବେଳକୁ ବାଇକ ଟି ସଂପୂର୍ଣ୍ଣ ଜଳିପୋଡି ଯାଇଥିଲା । ପ୍ରକାଶଥାଉକି ଶ୍ରୀ ସାହୁଙ୍କ ଏକ ଅଲଟୋ-୮୦୦ (ନଇ-ଓଡି୧୭ସି୭୮୭୭) କାରଟିକୁ ମଧ୍ୟ ଗତ ନଭେମ୍ବର ମାସ ୧୯ ତାରିଖ ଦିନ ଘର ସାମ୍ନାରେ ରଖିଥିବା ବେଳେ ତାକୁ ବି କେହି ଦୃବୃର୍ତ୍ତ ପୋଡିଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ଫାଣ୍ଡି ବାଡକୁ ଲାଗି ରହିଥିବା ଘରୁ ମଧ୍ୟରାତ୍ରୀରେ ବାଇକୁ ପୋଡିବା ପାଇଁ ସାହାସ ହେଲା କେମିତି! ଯଦି ଫାଣ୍ଡି ପାଖରେ ଥିବା ଘର ମାଲିକ ମାନେ ସୁରକ୍ଷିତ ନୁହଁନ୍ତି, ତେବେ ଅନ୍ୟ ଅଞ୍ଚଳର ଲୋକଙ୍କ କଥା ପଚାରେ କିଏ? ରାତ୍ରୀରେ ପୁଲିସ ପାଟ୍ରୋଲିଂ ମଧ୍ୟ ଠିକ ଭାବେ ହେଉନଥିବା ସାଧାରଣରେ ଅଭିଯୋଗ ହେଉଛି । ଆଜି ରିଷିଡା ଫାଣ୍ଡି ଦାୟିତ୍ୱର ଥିବା କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଘଟଣାସ୍ଥଳକୁ ଆସି ତଦନ୍ତ କରିଥିବା ବେଳେ ଏନେଇ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ନିକଟସ୍ଥ ସିସି କ୍ୟାମେରା ଫୁଟେଜକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହେଉଛି ।
What's Your Reaction?






