ସୁଭଦ୍ରା ଯୋଜନାରେ ଆଜି ସୁଦ୍ଧା ୧ ଲକ୍ଷ ୩ ହଜାର ୮୬ ପଞ୍ଜିକୃତ : ପୂର୍ବାପେକ୍ଷା ପଞ୍ଜିକରଣ ହୋଇଛି ସହଜ ଓ ସରଳ ଜିଲ୍ଲାର ବରିଷ୍ଠ ଅଧିକାରୀ ସହ ବ୍ଲକ ନୋଡାଲ ଅଧିକାରୀଙ୍କ ବିଭିନ୍ନ ସି ଏସ ସି, ଓ ମୋ ସେବା କେନ୍ଦ୍ରରେ ପ୍ରକ୍ରିୟା ର ତଦାରଖ।

Sep 14, 2024 - 20:18
 0  14
ସୁଭଦ୍ରା ଯୋଜନାରେ ଆଜି ସୁଦ୍ଧା ୧ ଲକ୍ଷ ୩ ହଜାର ୮୬ ପଞ୍ଜିକୃତ :  ପୂର୍ବାପେକ୍ଷା ପଞ୍ଜିକରଣ ହୋଇଛି ସହଜ ଓ ସରଳ ଜିଲ୍ଲାର ବରିଷ୍ଠ ଅଧିକାରୀ ସହ ବ୍ଲକ ନୋଡାଲ ଅଧିକାରୀଙ୍କ ବିଭିନ୍ନ ସି ଏସ ସି, ଓ ମୋ ସେବା କେନ୍ଦ୍ରରେ ପ୍ରକ୍ରିୟା ର ତଦାରଖ।

ସୁବର୍ଣ୍ଣପୁର ୧୩/୦୯(ଲୋକ ଆବାଜ୍.ଇନ୍.(ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)

ମହିଳା ସଶକ୍ତିକରଣ ନେଇ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ପ୍ରମୁଖ ଯୋଜନା ସୁଭଦ୍ରା ପାଇଁ ପଞ୍ଜିକରଣ କାର୍ଯ୍ୟ ଆଗେଇ ଚାଲିଛି। ଜିଲ୍ଲାରେ ଫର୍ମ ବିତରଣରେ କୌଣସି ସମସ୍ୟା ନ ଥିବା ବେଳେ ପ୍ରାୟ ସମସ୍ତଙ୍କ ପାଖକୁ ଫର୍ମ ପହଞ୍ଚାଇ ଦିଆଯାଇପାରିଛି । ଜିଲ୍ଲା ପାଇଁ ଆବଶ୍ୟକ ଫର୍ମ ମୁଦ୍ରଣ ପରେ ବି ଅଧିକ ଫର୍ମ ମୁଦ୍ରଣ କରାଯାଇଛି। ସରକାରଙ୍କ ଦ୍ୱାରା ଜାରୀ ମାର୍ଗ ଦର୍ଶିକା ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟକୁ ସରଳୀକରଣ କରାଯାଇଥୁବାରୁ ଆଗ ଭଳି ପଞ୍ଜିକରଣ ଓ.ଟି.ପି. ଆଧାରିତ ଦିଆଯାଉନାହିଁ। ଇ-କେୱାଇସି କୁ ପ୍ରାଧାନ୍ୟ ଦିଆଯାଉନାହିଁ ଅଥବା ପଞ୍ଜିକରଣ ପାଇଁ କୌଣସି ଶେଷ ଧାର୍ଯ୍ୟ ତାରିଖ ନାହିଁ। ସେପ୍ଟେମ୍ବର ୧୭ ପୂର୍ବରୁ ଯେପରି ସର୍ବାଧିକ ସଂଖ୍ୟାରେ ମହିଳା ପଞ୍ଜିକୃତ ହୋଇପାରିବେ ସେଥ‌ିପାଇଁ ଜିଲ୍ଲାପ୍ରଶାସନ ଦ୍ଵାରା ସବୁ ପ୍ରକାର ପରିଚାଳନା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ୨ ଲକ୍ଷ ୫୦ ହଜାର ପାଖାପାଖି ଯୋଗ୍ୟ ମହିଳା ଏହି ଯୋଜନାରେ ଯୋଡ଼ି ହେବାନେଇ ପ୍ରଶାସନ ତରଫରୁ ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩ ହଜାର ୮୬ ଅନଲାଇନ ଆବେଦନ ହୋଇ ସାରିଥିବା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ବର୍ତମାନ ସୁଦ୍ଧା ୧ ଲକ୍ଷ ୩ ହଜାର ମହିଳା ପଞ୍ଜିକୃତ ହୋଇସାରିଥିବା ଏବଂ ଆବେଦନ ପ୍ରକ୍ରିୟା ପୂର୍ବାପେକ୍ଷା ସରଳୀ କରଣ ହୋଇଥିବା ତଥା ସୁଭଦ୍ରା ଯୋଜନା ଉଦଘାଟନ ଆଉ ୩ ଦିନ ବାକିଥିବାରୁ ସର୍ବାଧ‌ିକ ସଂଖ୍ୟକ ପଞ୍ଜିକରଣ ହୋଇପାରିବ। ଜିଲ୍ଲାରେ ୩୦୪ଜନ ସେବା କେନ୍ଦ୍ର ଓ ୧୭୨ ମୋ ସେବା କେନ୍ଦ୍ର ଜରିଆରେ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଛି। ଏହି ପଞ୍ଜିକରଣ କାର୍ଯ୍ୟ ପାଇଁ କୌଣସି ସି ଏସ ସି ଅଥବା ମୋ ସେବା କେନ୍ଦ୍ର ପରିଚାଳକ ଅର୍ଥ ଦାବି କରୁଥିବା ପ୍ରମାଣ ମିଳିଲେ କେନ୍ଦ୍ର ବିରୁଦ୍ଧରେ ଆଇନାନୁମୋଦିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ଏହି ଆବେଦନ ପ୍ରକ୍ରିୟା କାର୍ଯ୍ୟ ର ବ୍ୟବସ୍ଥିତ ସୁପରିଚାଳନା ନିମନ୍ତେ ଜିଲ୍ଲାର ସମସ୍ତ କେନ୍ଦ୍ର କୁ ସମ୍ପୃକ୍ତ ନୋଡାଲ ଅଧିକାରୀ ଓ ବରିଷ୍ଠ ଅଧିକାରୀ ବୃନ୍ଦ ପରିଦର୍ଶନ କରି କାର୍ଯ୍ୟ ର ତଦାରଖ କରିବା ସହ ଉପସ୍ଥିତ ହିତାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଯୋଜନାର ଶୁଭାରମ୍ଭ ସେପ୍ଟେମ୍ବର ୧୭ ରେ ହେବାକୁ ଥିବା ବେଳେ ପ୍ରଥମ କିସ୍ତିରେ ୫ ହଜାର ଟଙ୍କାପ୍ରଦାନ କରାଯିବ।

What's Your Reaction?

like

dislike

love

funny

angry

sad

wow