ସଇଁତଲା ସରସ୍ଵତୀ ଶିଶୁ ମନ୍ଦିରରେ ୩୫ ତମ ବାର୍ଷିକୋତ୍ସବ ଉଦଯାପିତ

Apr 8, 2025 - 15:04
 0  24
ସଇଁତଲା ସରସ୍ଵତୀ ଶିଶୁ ମନ୍ଦିରରେ ୩୫ ତମ ବାର୍ଷିକୋତ୍ସବ ଉଦଯାପିତ

 ସଇଁତଲା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)

ଗତ ସୋମବାର ଦିନ ସଇଁତଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ୩୫ ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସର୍ବାଙ୍ଗୀନ ବିକାଶ ତଥା ଚରିତ୍ର ଗଠନରେ ଶିଶୁ ମନ୍ଦିରର ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଓ ଜିଲ୍ଲା ପରିଷଦ ପ୍ରମୋଦ କୁମାର ଭୋଇ, ମୁଖ୍ୟବକ୍ତା ଭାବରେ କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଲକ୍ଷ୍ମଣ ମେହେର , ପରିଚାଳନା ସମିତିର ଉପ ସଭାପତି ନାରାୟଣ ଜାଲ ,ସମ୍ପାଦକ ଭୀମସେନ ସ୍ୱାଇଁ ଓ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଭୋଇ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଭୀମସେନ ସ୍ୱାଇଁ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ପାତିପେକ୍ଷୀରେ ସରକାରୀ ବୃତ୍ତି, ପଠାଣି ସାମନ୍ତ ଗଣିତ ମେଧା, NRTS, ନବୋଦୟ ପରୀକ୍ଷା ଓ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ତଥା ସଫଳତା ପାଇଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏପରିକି ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ତଥା ଓଡ଼ିଶା ପ୍ରଶାସନିକ ସେବା, ଚିକିତ୍ସା ବିଜ୍ଞାନ ଓ ଯନ୍ତ୍ରୀ ଶିକ୍ଷାରେ କାର୍ଯ୍ୟରତ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ ଡ.ସ୍ଵସ୍ତିକ କୁମାର ଦାସ ଏବଂ ଡ. ଚନ୍ଦ୍ରଧ୍ଵଜ୍ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଝାସକେତନ୍ , ନୂତନ, ଜୟନ୍ତୀ ,ଗରୁଡ଼ , ପୂର୍ଣ୍ଣିମା, ମାଣିକ୍ୟ, ଟିକେଶ୍ୱରୀ, ଗୀତା, ରାଜକିଶୋର, ଶାନ୍ତନୁ, ବିନୋଦ, ଗଣେଶ ,ସୁରୂପାଲ, ପବିତ୍ର,ରାମଚନ୍ଦ୍ର,ବେଣୁଧର,ସୀତାରାମ, ଭବାନୀ, ତ୍ରିଲୋଚନ,ଛନ୍ଦା, ଯାଦବ, ତିଳୋତ୍ତମା,ମୋନିକା,ସସ୍ମିତା,ଅସୀମା,ବେବି ତଥା ସମସ୍ତ ଗୁରୁଜୀ ଗୁରୁମା ,ସେବକ ସେବିକା ଏବଂ ବାହନ ଚାଳକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଯୁଗ୍ମ ସମ୍ପାଦକ ବିନୟ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।

(ଫୋଟୋ

What's Your Reaction?

like

dislike

love

funny

angry

sad

wow