ସୋନପୁର ରେ ଗଞ୍ଜେଇ ସହ ବନ୍ଧୁକ ଓ ଗୁଳି ଜବତ

ସୁବର୍ଣ୍ଣପୁର: ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ)
ବେଆଇନ୍ ଭାବେ ଚାଲାଣ ହେଉଥିବା ୫୦ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ସୋନପୁର ଅବକାରୀ ବିଭାଗ l ଏକ କାରରେ ସୋନପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ମହାଦେବପାଲି ଠାରେ ଉକ୍ତ ସମୟରେ ଆସୁଥିବା ଏକ ଟାଟା ଇଣ୍ଡିକୋ ଗାଡି ଓ.ଡି ୧୪ ଇ ୮୯୭୮ କାରକୁ ଅଟକାଇଥିଲା । ଯାଞ୍ଚ କରାଯିବାରୁ ଉକ୍ତ କାରରୁ ୫୦ କେଜି ଗଞ୍ଜେଇ ବାହାରିଥିଲା ବେଳେ କାରରେ ଥିବା ବୌଦ୍ଧ ଜିଲ୍ଲା ମକୁନ୍ଦପୁର ଗାଁ ର
ଚନ୍ଦ୍ରକାନ୍ତ ପଧାନ (୨୨) ଓ ଅରବିନ୍ଦ ଦେହୁରୀ (୨୪) ଙ୍କୁ ଅଟକ ରଖିଥିଲେ । ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଉକ୍ତ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ତାଙ୍କ ପାଖରୁ ଗୋଟିଏ ବନ୍ଧୁକ ଜୀବନ୍ତ ଗୁଳି ଆଉ ଗୋଟି ଏ ମୋବାଇଲ ଫୋନ ମଧ୍ୟ ଜବତ କରିଛନ୍ତି ଅବକାରୀ ଅଧୀକ୍ଷକ ପ୍ରବୀର ସାମଲ l ଶ୍ରୀ ସାମଲ ଙ୍କ ନିର୍ଦ୍ଦେଶରେ ଏହି ଚଢଉରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା, ଇନ୍ସପେକ୍ଟର ପ୍ରମୁଖ ସାମିଲ ଥିଲେ I
What's Your Reaction?






