କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ମନରେଗା ସାମାଜିକ ସମୀକ୍ଷା ବୈଠକ

Oct 17, 2024 - 07:10
 0  37
କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ମନରେଗା ସାମାଜିକ ସମୀକ୍ଷା ବୈଠକ

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ମନରେଗା ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ସମୀକ୍ଷା ବୈଠକରେ କଣ୍ଟାମାଳ ବିଡ଼ିଓ ସାମୀ ଜୟଶ୍ରୀ ରେଡ୍ଡୀ , ଏପିଓ ସଂଜିତ୍ ମିଶ୍ର, ଜିଲ୍ଲା ସାମାଜିକ ଅଡ଼ିଟର ପ୍ରବୀର ମେହେର , ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ ପାଣିଗ୍ରାହୀ, ବ୍ଲକ ସାମାଜିକ ଅଡ଼ିଟର ସନ୍ତୋଷ ମହାକୁଡଙ୍କ ସମେତ ସମସ୍ତ ବିଭାଗୀୟ ଯନ୍ତ୍ରୀ, କଣ୍ଟାମାଳ ବନ ବିଭାଗ , ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ସରପଞ୍ଚ , ସମିତି ସଭ୍ୟ ମାନେ ଅଂଶଗ୍ରହଣ କରିଥିଲେ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ (ପ୍ରଥମ ପର୍ଯ୍ୟାୟ) ଓ ତା ୦୧.୧ ୨୦୨୩ ଠାରୁ ତା. ୩୧.୦୩.୨୦୨୪ ରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ସମସ୍ତ ପ୍ରକଳ୍ପର ପଞ୍ଚାୟତ ସମିତି ସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ।ପଞ୍ଚାୟତକୁ ଆସୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇ ସମସ୍ତଙ୍କ ମତାମତ ନିଆଯାଇଥିଲା ।ଏହି ଶିବିରରେ ବହୁ ସଂଖ୍ୟାରେ ଜନସାଧାରଣ, ଜବକାର୍ଡ ଧାରୀ ଏବଂ ଲୋକ ପ୍ରତିନିଧ ଯୋଗଦାନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow