ସ୍କୁଲ ଛାତରୁ ପାଣି ଗଳୁଛି l ପ୍ରଶାସନ ର ନିଘା ନାହିଁ
ବାଲିଗୁଡ଼ା:ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଂକୁଳ ଅଵସ୍ଥା ରେ ଭବିଷ୍ୟତ ଗଢା ଚାଲିଛି l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକରେ l ସିର୍ତ୍ତ୍ତିଗୁଡ଼ା ଗ୍ରାମ ପଞ୍ଚାୟତ ର ଜୁରୁକୁପୁଡା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି l ବିପପୂର୍ଣ୍ଣ ଭାବେ ଶ୍ରେଣୀ ଗୃହ ଥିବାରୁ ଗୋଟିଏ କୋଠରୀ ରେ ପ୍ରଥମ ରୁ ପଞ୍ଚମ ଯାଏଁ ପାଞ୍ଚଟି ଶ୍ରେଣୀକୁ ପଢlନ୍ତି ଦୁଇ ଶିକ୍ଷକ l ବିଦ୍ୟାଳୟ ରେ ସର୍ବମୋଟ ୨୦ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି l ବର୍ଷା ଶୀତ ଦିନ ହୋଇ ଥିବାରୁ ଛାତ ରୁ ପାଣି ଗଳୁଛି ତଥାପି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ଗିରିଧାରୀ ସ୍ୱାଇଁ l ସରକାର ସଭିଏ ପଢନ୍ତୁ ଓ ସଭିଏ ବଢନ୍ତୁ ନାରା ଦେଇ ଶିକ୍ଷା କୁ ସାର୍ବଜନିଁନ କରି ରାଜକୋଷରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରାଜ ନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅବା ବ୍ଲକ୍ ପ୍ରଶାସନ ର ଚରମ ଅବହେଳା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି l ଶିକ୍ଷକ ଅଭିଭାବକ କୋମଳମତି ଶିଶୁ ମାନେ ଭୟ ଓ ଆତଙ୍କ ରେ ରହିଛନ୍ତି l ଗତ ବର୍ଷ ବାଲିଗୁଡ଼ା ବ୍ଲକ୍ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ପଚାଶ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ଚେତା ପଶୁନି l l ମରାମତି ଅଭାବରୁ ସ୍କୁଲ୍ ଛାତ କେତେବେଳେ ଯେ ଭୁସୁଡି ପଡ଼ିବ କହିହେବ ନାହିଁ l ଏନେଇ ବିଦ୍ୟାଳୟ କତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କାହାର ନିଘା ନାହିଁ l ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି l କ. ନୂଆଗାଁ ବ୍ଲକ୍ ପ୍ରଶାସନ କେବେ ସ୍କୁଲ ଗୃହ ମରାମତି କରୁଛି ଦେଖିବାକୁ ବାକି ରହିଲା l
What's Your Reaction?