ମାଗଣା ସ୍ୱାସ୍ଥ୍ୟ ଶିବିର

Apr 8, 2026 - 18:55
 0  8
ମାଗଣା ସ୍ୱାସ୍ଥ୍ୟ ଶିବିର

ସ୍ବେଛାସେବୀ ଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର 

କଳାହାଣ୍ଡି :ଲୋକ ଆବାଜ୍(ବ୍ୟୁରୋ ) କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଧିନସ୍ତ ଉର୍ଲାଦାନୀ ପଂଚାୟତ ଅନ୍ତର୍ଗତ ବାଞ୍ଜିମୁଣ୍ଡା ଗ୍ରାମ ରେ ମୋ ଜନତା ମୋ ଶକ୍ତି ଓ ଅଗ୍ରୱାଲ ମେଡିକାଲ ଓ ହେଲଥ କେୟାର ଆନୁକୂଲ୍ୟ ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଞ୍ଚଳଟି ଅତି ଦୁର୍ଗମ ଓ ଗରିବ ଆଦିବାସୀ ବହୁଳ ଅଂଚଳ ହୋଇ ଥିବାରୁ ବହୁ ସଂଖ୍ୟାକ ବୃଦ୍ଧା ବୟସ୍କ ବ୍ୟକ୍ତି ମାନଙ୍କ ଶରୀର ପରୀକ୍ଷଣ କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମ.ରାମପୁର ଓ ଉର୍ଲାଦାନୀ ହସ୍ପିଟାଲ ର ଡ଼ ସମ୍ବିତ୍ କୁମାର ନାୟକ, ଡ଼ ଅଭିଷେକ ନରେନ୍ଦ୍ର ଓ ଫାର୍ମାସିଷ୍ଟ ଶ୍ରୀ ଗୋପାଳ ଚନ୍ଦ୍ର ଭୋଇ ଉପସ୍ଥିତ ରହି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅଗ୍ରୱାଲ ହେଲଥ କେୟାର ର ସୁମିତ ଅଗ୍ରୱାଲ , ଅମିତ ଅଗ୍ରୱାଲ ଓ ଆମଜନତା ଆମ ଶକ୍ତି ର ଆବାହକ ନୀଳମାଧଵ ସିଂ ଦେଓ ଯୋଗ ଦେଇ ସମସ୍ତଙ୍କୁ ଧନ୍ୟବାଦ୍ ସହ ଆଗାମୀ ଦିନରେ ଏହି ଭଳି ଆହୁରି କାର୍ଯକ୍ରମ ହାତକୁ ନିଆଯିବ ବୋଲି କହିଥିଲେ। କାର୍ଯକ୍ରମ ରେ ମିନେଶ ନାୟକ, ପ୍ରତାପ ମାଝୀ, ମନୋଜ ସା ଓ ବିଡାବାରୁ, ଉର୍ଲାଦାନୀ,ଲାହାଡ଼ି ଗ୍ରାମ ର ଯୁବକ ଭାଇ ମାନେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow