ବିପୁଳ ଦେଶୀ ମଦ ଜବତ , ଦୁଇ ମାଫିଆ ଗିରଫ

କଣ୍ଟାମାଳ:ଲୋକ୍ ଆବାଜ୍. ଇନ୍(ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକଙ୍କ ନେତୃତ୍ୱରେ ଏକ ଟିମ୍ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଶ୍ରୀମାଲ୍ ଗ୍ରାମ ରାସ୍ତା ନିକଟରେ ଚଢାଉ କରି ୧୬ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଶ୍ରିମାଲ୍ ଗ୍ରାମର ଯୌବନ ରଣା (୨୪)କୁ ଗିରଫ କରିଛି | ସେହିପରି କଣ୍ଟାମାଳ ଅବକାରୀ ବିଭାଗର ଏକ ଟିମ୍ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମ ରାସ୍ତା ନିକଟରେ ଚଢାଉ କରି ୧୫:୩୦୦ ଲିଟର ଦେଶୀ ମଦ ସହ ୪:୫ ଲିଟର ବିଅର୍ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଆମ୍ବଗାଁ ଗ୍ରାମର ରାଜେଶ ରଣା (୨୪)କୁ ଗିରଫ କରିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୫୬, ୫୭/୨୪-୨୫ରେ ଦୁଇଟି ପୃଥକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଯୌବନ ଓ ରାଜେଶକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ ସୂଚନା ଦେଇଛନ୍ତି | ଗତ କିଛି ଦିନ ହେବ ଅବକାରୀ ବିଭାଗର ଘନଘନ ଚଢ଼ାଉ ଜାରି ରହିଥିବା ବେଳେ ଅନେକ ଗଞ୍ଜେଇ ଓ ମଦ ମାଫିଆ ଧରା ପଡ଼ି ଜେଲ ଯାଇଥିବା ବେଳେ ଏବେ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟସୃଷ୍ଟି ହେଲାଣି | ଆଗକୁ ପର୍ବପର୍ବାଣୀ ଆସୁଥିବା ବେଳେ ଏଭଳି ଚଢ଼ାଉ ଜାରି ରହିବ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି
What's Your Reaction?






