*ସ୍ଵର୍ଗତ ବିଧାୟକ କୁନ୍ଦୁରୁ କୁଶଳ ଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ମହାସମାରୋହରେ ପାଳିତ..........ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଲେ ଶହ ଶହ ଛାତ୍ର ଛାତ୍ରୀ

ସୁବର୍ଣ୍ଣପୁର ୮/୧୧(ଲୋକ୍ ଆବାଜ୍.ଇନ୍, ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)
ସ୍ୱର୍ଗତ କୁନ୍ଦୁରୁ କୁଶଳ ଏକ ଯୁଗଜନ୍ମା ମଣିଷ ଥିଲେ। ସୋନପୁର ର ମାଟି ପାଣି,ପବନ କୁ ଅତ୍ୟଧିକ ଭଲପାଉଥିବା ଜଣେ ନିଚ୍ଛକ ମଣିଷ ଭାବରେ ସେ ସମସ୍ତ ଙ୍କ ଅତି ପ୍ରିୟଥିଲେ ବୋଲି ଆଜି ସୋନପୁର ର ପୂର୍ବତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୭ତମ ଶ୍ରାଦ୍ଧବାର୍ଷିକୀ ପାଳନ ରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ।। ସ୍ଵର୍ଗତ କୁଶଳ ତାଙ୍କର ବିଧାୟକ ଥିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଗଠନ, ମହାନଦୀ ବ୍ରିଜ ନିର୍ମାଣ ରେ ତାଙ୍କର ବିଶେଷ ଅବଦାନ ରହିଥିବାବେଳେ ସେ ଥିଲେ ଜଣେ ଖଟିଖିଆ ,ଅଭାବୀ ମଣିଷ ର ଦରଦି ବନ୍ଧୁ । ସମାଜର ନିମ୍ନ ବର୍ଗର ଲୋକଙ୍କ ସାମଗ୍ରୀକ ବିକାଶ ପାଇଁ ସେ ସଦା ତତ୍ପର ଥିଲେ । ତାଙ୍କର ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରଥମେ ଆଜି ସକାଳେ ମହାନଦୀ ବ୍ରୀଜ୍ ଠାରୁ କୁଞ୍ଜ ଛକ ପର୍ଯ୍ୟନ୍ତ ଏକ ଗଣଦୌଡ ଅନୁଷ୍ଠିତ ହୋଇଥିଲା। ପରେ କୁଞ୍ଜ ଛକ ଠାରେ ସ୍ଵର୍ଗତ କୁଶଳ ଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l
ପଏଁରୀ ଅନୁଷ୍ଠାନ ର ସଂପାଦକ ଚୌଧୁରୀ ବିଭାର ଙ୍କ ସ୍ଵାଗତ ଅଭିଭାଷଣ ପରେ କୋଶଳ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପରମା ନାଏକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ଏହି ସ୍ମୃତି ସଭାରେ ଅତିଥି ଭାବରେ ସୋନପୁର ର ପୂର୍ବତନ ନଗରପାଳ କଇରୁ ସ୍ଵାଇଁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ , ସଂସ୍କୃତି ଗବେଷକ ଗଦାଧର ବାରିକ, ପ୍ରଫେସର ନିଳାମ୍ବର ଶତପଥି, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଓ ସମାଜସେବୀ ଗୋପାଳ ନେଗୀ ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ କୁଶଳ ଙ୍କ ସ୍ମୁତି ଚାରଣ କରିଥିଲେ। ଏହି ଅବସର ରେ ଅନୁଷ୍ଟିତ ବକ୍ତୃତା ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ବିଜେତା ହୋଇଥିବା ସାହାରା ଟ୍ରଷ୍ଟ ର ପ୍ରିୟଙ୍କା ପଧାନ, ଦ୍ବିତୀୟ କୃତୀ ଛାତ୍ର ସୁକାନ୍ତି ଏକାଡେମି ର ପ୍ରତିସ ନାଏକ, ତୃତୀୟ କୃତି ଛାତ୍ର କୋଶଳ ହାଇସ୍କୁଲ ର ହିତେଶ୍ୱର୍ ରଣା ଙ୍କୁ ସଂଗୀତ ପ୍ରତିଯୋଗୀତା ର ପ୍ରଥମ ବିଜେତା ସାହାରା ଟ୍ରଷ୍ଟ ର ଅନ୍ୱେଷା ବଡ଼ପଣ୍ଡା, ଦ୍ବିତୀୟ ବିଜେତା କୋଶୋଳ ହାଇସ୍କୁଲ ର ସସ୍ମିତା ମେହେର, ତୃତୀୟ ବିଜେତା ସାହାରା ଟ୍ରଷ୍ଟ ର ସଙ୍ଗୀତା ମହାକୁଡ଼ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିବା ବେଳେ ଗଣ ଦୌଡ଼ ପ୍ରତିଯୋଗୀତା ର ବାଳକ ବିଭାଗ ରେ ପ୍ରଥମ ବିଜେତା ଜୁନେସ ନନ୍ଦ, ଦ୍ବିତୀୟ ବିଜେତା ଶରତ ପଧାନ, ତୃତୀୟ ବିଜେତା ସୂନିନ ମହାକୁଡ଼ ଙ୍କୁ ଓ ବାଳିକା ବିଭାଗ ର ପ୍ରଥମ ବିଜେତା ସୁମିତ ରାଜହଂସ, ଦ୍ବିତୀୟ ଜିତା ପାତ୍ର, ତୃତୀୟ ବିଜେତା ଦଶ୍ରି ଜଗଦଲା ଙ୍କୁ ମଧ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରଯାଇଛି
What's Your Reaction?






