ଗାଁରେ ଦେଶୀ ଓ ବିଦେଶୀ ମଦର ବନ୍ୟା ,,,,,,,, ଅବକାରୀ ଓ ପୋଲିସ ବିଭାଗ ନିରବ ଦ୍ରଷ୍ଟା !!!!! ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଗଠନ

କନ୍ଧମାଳ:ଲୋକ ଆବାଜ ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ବିନକୁ ଦିନ ବେଆଇନ ଦେଶୀ ମଦ ଓ ଚୋରା ରେ ବିଦେଶୀ ମଦ ଖୁଲମଖୁଲା ବିକ୍ରୀ ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ବିଭାଗ ନିରବଦ୍ରଷ୍ଟା ସାଜିଛି ବାଲିଗୁଡା ଥାନା ଅନ୍ତର୍ଗତ ଆଡିମାହା ଗ୍ରାମ ପଞ୍ଚାୟତରେ ବେଆଇନ ଭାବେ ଦେଶୀମଦ ରନ୍ଧା ଓ ଚୋରା ରେ ବିଦେଶୀ ମଦ ବିକ୍ରୀକୁ ନେଇ ବାଲିଗୁଡା ଥାନାର ଦ୍ବାରସ୍ଥ ହୋଇଛନ୍ତି ଆଦିଶକ୍ତି ନାରୀସଂଘର ସଦସ୍ୟା ମାନେ ।
କିଛିଦିନ ହେଲା ଆଡିମାହା ପଞ୍ଚାୟତର ପାଟାମାହା,ସାଙ୍କୁସବାଲି,ବୁର୍ଡାକିଆ,ସୁଡାଙ୍ଗୁଡୁ ଓ ମାଲରପଦର ଗ୍ରାମରେ ପ୍ରଚୁର ପରିମାଣରେ ଦେଶୀ ମହୁଲି ମଦ ରନ୍ଧା ଓ ବିକ୍ରୀ ହୋଉଥିବା ଅଭିଯୋଗ କରିଛନ୍ତି ମହିଳାମାନେ ।ମଦ ପିଇ ତାଙ୍କ ସ୍ବାମିମାନେ ମହିଳାଙ୍କୁ ମାରଧର କରିବା ସହିତ ଗ୍ରାମରେ ବିଭିନ୍ନ ଅରାଜକତା ଘଟାଉଥିବା ଅଭିଯୋଗ ହୋଇଛି ।ଏ ବିଷୟରେ ଆଦିଶକ୍ତି ନାରୀସଂଘ ବାରମ୍ବାର ଅବକାରୀ ବିଭାଗ ପୋଲିସକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।ଆଜି ଆଦିଶକ୍ତି ନାରୀସଂଘର ପାଞ୍ଚଖଣ୍ଡ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ବାଲିଗୁଡା ଥାନାରେ ମଦବିକ୍ରୀ ଓ ରାନ୍ଧୁଥିବା ଲୋକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ଦେଖିବାକୁ ମିଳିଛି ।ତାଙ୍କ ସ୍ବାମି ମାନେ ମଦ ପିଇବା ଦ୍ବାରା ଘରେ ଅଶାନ୍ତି କରିବା ସହିତ ପିଲା,ଛୁଆ ପାଠ ପଢି ପାରୁନଥିବା କହିଛନ୍ତି ମାଆ ମାନେ ।ବାଲିଗୁଡା ପୋଲିସ ନାରୀସଂଘ ଠାରୁ ଏତଲା ରଖିବା ସହିତ ଖୁବ୍ ଶିଘ୍ର ମଦ ବିକ୍ରୀ ଓ ରାନ୍ଧୁଥିବା ଲୋକଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ପରେ ଘରକୁ ଫେରିଛନ୍ତା ମହିଳା ମାନେ ।ଆଗାମୀ ଦିନରେ ଗ୍ରାମରୁ ଯଦି ପୋଲିସ ଓ ଅବକାରୀ ବିଭାଗ ମଦବିକ୍ରୀ ଓ ରନ୍ଧା ବନ୍ଦ ନ କରନ୍ତି ତାହାହେଲେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବବୋଲି ଚେତାବନୀ ଦେଇଛି ଆଦିଶକ୍ତି ମହିଳା ସଂଘ ର ସଦସ୍ୟା ଲିପ୍ସା ପ୍ରଧାନୀ ନାରୀସଂଘ ସଦସପ୍ରଭାଜିନି ଦିଗାଲ ତେବେ ପ୍ରଶାସନ କେବେ କାର୍ଯାନୁଷ୍ଠାନ ନେଉଛି ଦେଖିବାକୁ ବାକିରହିଲା l
What's Your Reaction?






