ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ *ସହୀଦ ଭଗତ ସିଂ ଜୟନ୍ତୀ* ପାଳିତ

Sep 28, 2024 - 19:26
 0  18
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ  *ସହୀଦ ଭଗତ ସିଂ ଜୟନ୍ତୀ* ପାଳିତ

କଳାହାଣ୍ଡି : ଲୋକ ଆବାଜ୍.ଇନ୍ (ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

 ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ସହୀଦ ଭଗତ ସିଂ ଜୟନ୍ତୀ ପାଳିତ ହୋଇଯାଇଛି | ମାତୃଭୂମି ପାଇଁ ବଳିଦାନ ଦେଇଥିବା ଭାରତ ମାତାଙ୍କ ବୀର ପୁତ୍ର ସ୍ୱାଧୀନତା ସଂଗ୍ରାମୀ ସହୀଦ ଭଗତ ଙ୍କ ସ୍ମୃତି ତଥା ସମ୍ନାନ ଦେବା ଏହି ଦିବସ ପାଳନ ର ମୁଖ୍ୟ ଉଦେଶ୍ୟ ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ସହ ମା ମାଟି ମାତୃଭୂମି ସ୍ୱର୍ଗ ଠାରୁ ବଡ ଓ ପ୍ରତେକ ଛାତ୍ରଛାତ୍ରୀ ଦେଶଭକ୍ତି ଓ ରାଷ୍ଟ୍ର ଗଠନ ରେ ଯୋଗଦାନ ନିତାନ୍ତ ଜରୁରୀ ବୋଲି ଡ଼ ନାୟକ ଉଦବୋଧନ ଦେବା ସହ ସହୀଦ ଭଗତ ସିଂ ଙ୍କ ସ୍ମୃତି ରେ 2ମିନଟ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସଭା ଆରମ୍ଭ ହୋଇଥିଲା | ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜ ମନ୍ତବ୍ୟ ରଖିଥିବା ବେଳେ ଶିକ୍ଷୟିତ୍ରୀ ଚଞ୍ଚଳା ଶର୍ମା, ଶୁଭଶ୍ରୀ ସାହୁ, ଚନ୍ଦ୍ରପ୍ରଭା ମିଶ୍ର, ସାଧନା ପ୍ରଧାନ, ସୁରଶ୍ମିତା ତ୍ରିପାଠୀ, ସରିତା ବାଗେଲ ଓ ବୃଷବ ଦାଶ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଓ ଶିକ୍ଷୟିତ୍ରୀ କଲ୍ୟାଣୀ ବାଗ ଧନ୍ୟବାଦ ଦେଇଥିଲେ| ରାଷ୍ଟ୍ରୀୟ ଗାନ ସହ ସଭା ସାଙ୍ଗ ହୋଇଥିଲା |

What's Your Reaction?

like

dislike

love

funny

angry

sad

wow