କଣ୍ଟାମାଳ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର କ୍ରୀଡା ପ୍ରତିଯୋଗିତାଅନୁଷ୍ଠିତ

Sep 2, 2024 - 08:07
 0  12
କଣ୍ଟାମାଳ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର କ୍ରୀଡା ପ୍ରତିଯୋଗିତାଅନୁଷ୍ଠିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲ ପଡିଆ ଠାରେ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଦ୍ୱାରା ଏକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ହାଇସ୍କୁଲ ର ପ୍ରଧାନଶିକ୍ଷକ ପ୍ରକାଶ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାପ୍ରତିଯୋଗିତା କୁ ଉଦଘାଟନ କରିଥିଲେ | ଏହି ଅବସରରେ ଖେଳ ଶିକ୍ଷକ ବୀରେନ୍ଦ୍ର ସାହୁ ଙ୍କ ବିୟୋଗ ହୋଇଥିବାରୁ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | ଏହି କ୍ରୀଡାପ୍ରତିଯୋଗିତାରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ୪୮ଜଣ ଛାତ୍ର ବାଳକ ବିଭାଗ ରେ ଯୋଗଦେଇଥିବା ବେଳେ ୧୬ ଜଣ ଛାତ୍ର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ |କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନ ସମ୍ପାଦକ ପଞ୍ଚାନନ ପ୍ରଧାନ, କ୍ରୀଡା ଶିକ୍ଷକ ଅରୁଣ କୁମାର ଖଟୁଆ,ସୁଦାମ ମିଶ୍ର,ଭୁବନ ନାଏକ, ମୁରଲୀ ଧର ରଣା,ମନ୍ଦାକିନୀ ବଗର୍ତ୍ତୀ, ଦୁଷ୍ମନ୍ତ ବିଶ୍ୱାଳ, ପ୍ରଦୀପ ପ୍ରଧାନ,ସନ୍ତୋଷ ସାହୁ, ଶଶୀଭୁଷଣ ପ୍ରଧାନ ସହଯୋଗ କରିଥିଲେ |ଏହି ଚୟନ ପ୍ରକ୍ରିୟା ରେ ସଦାଶିବ ମହାନନ୍ଦ ଓ ଧୀରେନ୍ଦ୍ର ସାହୁ ସହଯୋଗ କରିଥିଲେ |ସେହିପରି ପଲଶାଗୋରା ହାଇସ୍କୁଲ ପଡିଆ ଠାରେ ଖେଳ ଶିକ୍ଷକ ଅରୁଣ ଖଟୁଆ ଙ୍କ ତତ୍ୱାବଧାନ ରେ ବାଳିକା ବିଭାଗ କ୍ରୀଡା ରେ ୩୨ଜଣ ଛାତ୍ରୀ ଭାଗ ନେଇଥିବା ବେଳେ ୧୬ଛାତ୍ରୀ ଜିଲ୍ଲା ସ୍ତରୀୟ କ୍ରୀଡା କୁ ମନୋନୀତ ହୋଇଥିବା ସଂଗଠନ ତରଫରୁ ସୂଚନା ମିଳିଛି |

What's Your Reaction?

like

dislike

love

funny

angry

sad

wow