ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି କଣ୍ଟାମାଳ ସିଡିପିଓ ଅଫିସରେ ତାଲାଦେଲେ ଉତ୍ୟକ୍ତ ମହିଳା ......

Oct 15, 2024 - 22:02
 0  32
ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି କଣ୍ଟାମାଳ ସିଡିପିଓ ଅଫିସରେ ତାଲାଦେଲେ ଉତ୍ୟକ୍ତ ମହିଳା ......

କଣ୍ଟାମାଳ:୧୫/୧୦(ଲୋକ ଆବାଜ.ଇନ୍, ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁହିରାପାଲି ଅଙ୍ଗନୱାଡି କେନ୍ଦ୍ରରେ ଖାଲିଥିବା ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଉକ୍ତ ଗ୍ରାମର ମହିଳାମାନେ କଣ୍ଟାମାଳ ସିଡିପିଓ କାର୍ଯ୍ୟାଳୟରେ ତାଲା ମାରି ଧାରଣାରେ ବସିଥିଲେ l

  ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇ ବିଫଳ ହେବାପରେ ଫୋନ ଯୋଗେ ସିଡିପିଓ ଙ୍କ ସହ କଥାହୋଇ ଆସନ୍ତା ୧୭ ତାରିଖ ଦିନ ସିଡିପିଓଙ୍କ ସହ ଆଲୋଚନା ପାଇଁ ପ୍ରତିଶୃତି ପରେ ମହିଳାମାନେ ଅଜିପାଇଁ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ l ପରେ ସିଡିପିଓ ଙ୍କ ଅନୁପସ୍ଥିତରେ ସିଡିପିଓଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଅଭିଯୋଗ ପତ୍ର ବରିଷ୍ଠ କିରାଣୀଙ୍କୁ ପ୍ରଦାନ କରିଥିଲେ l ସୂଚନାମତେ କଣ୍ଟାମାଳ ବ୍ଲକ ଗୁହିରାପାଲି ଗ୍ରାମ ଅଙ୍ଗନୱାଡି କେନ୍ଦ୍ରରେ ଖାଲିଥିବା ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ସେହି ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହମତି କ୍ରମେ ସତ୍ୟବାଦୀ କହଁର ଙ୍କ ସ୍ତ୍ରୀ ନିଁଳେନ୍ଦ୍ରି ମାଝୀ ଙ୍କୁ ଚୟନ କରାଯାଇଥିଲା l

  ସେହି ଗ୍ରାମର ବୋହୁ ଭାବେ ଆବଶ୍ୟକ ଯୋଗ୍ୟତା ଭିତ୍ତିରେ ଅନଲାଇନ ରେ ଆବେଦନ କରିଥିଲେ l ତେବେ ଆଇସିଡ଼ିଏସ କାର୍ଯ୍ୟାଳୟ ପକ୍ଷରୁ ସିଡିପିଓ ଙ୍କ ଆଦେଶ ସଂଖ୍ୟା ୧୩୭୮/୦୭.୧୦.୨୦୨୪ କ୍ରମେ କୁଲିହାପାଲି ଗ୍ରାମର ଶ୍ରୀମତୀ ସଙ୍ଗୀତା ବାରିକ ନୂତନ ଅଙ୍ଗନବାଡିକର୍ମୀ ଭାବେ ନିଯୁକ୍ତି ପତ୍ର ପାଇ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଥିଲେ l ଏସମ୍ପର୍କରେ ଗ୍ରାମବାସୀ ସୂଚନା ପାଇ ଗୁହିରାପାଲି ଅଙ୍ଗନୱାଡି କେନ୍ଦ୍ରରେ ତାଲା ଦେଇ କେନ୍ଦ୍ରକୁ ବନ୍ଦ କରିଥିଲେ l ଅନ୍ୟ ଗ୍ରାମର ଆବେଦନକାରୀଙ୍କୁ କେଉଁ ଗାଇଡଲାଇନ ଅନୁସାରେ ନିଯୁକ୍ତି ଦିଆଗଲା ତାର ସମାଧାନ ନହେବା ପର୍ଯ୍ୟନ୍ତ କେନ୍ଦ୍ରରୁ ତାଲା ଫିଟାଯିବନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ l ଅନ୍ୟପକ୍ଷରେ ନୂତନ ନିଯୁକ୍ତି ପାଇଥିବା ଶ୍ରୀମତୀ ବାରିକ ଏହି କେନ୍ଦ୍ର ପାଇଁ ଖlଲିଥିବା ଅଙ୍ଗନୱାଡି କର୍ମୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ପୂର୍ବରୁ କୁଳିହାପାଲି ର ଦୀପକ ସାହୁ ଙ୍କୁ ତା ୧୦/୦୨/୨୦୨୪ ରିଖରେ ବିବାହ କରିଥିଲେ l ତେବେ ବିବାହ କୁ ବର୍ଷେ ପୁରି ନଥିବା ବେଳେ କିପରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇଲେ ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗ ହୋଇଛି l ଏନେଇ ଆଜି ଗୁହିରାପାଲି ଗ୍ରାମର ବହୁ ସଂଖ୍ୟାରେ ମହିଳାମାନେ ସକାଳ ୧୧ ଟାରେ ବ୍ଲକ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ଆସି ଆଇସିଡ଼ିଏସ କାର୍ଯ୍ୟାଳୟ ପହଞ୍ଚି ଏକ ଅଭିଯୋଗ ପତ୍ର ସିଡିପିଓଙ୍କୁ ଦେବାକୁ ଯାଇଥିଲେ l ତେବେ ସିଡିପିଓ ଅନୁପସ୍ଥିତି ଥିବାନେଇ ଜାଣିବାପରେ ଦାୟିତ୍ୱରେ ଥିବା ଅଧିକାରିଣୀ ଅଭିଯୋଗପାତ୍ର ଗ୍ରହଣ କରିବା ପରିବର୍ତ୍ତେ ଅଭିଯୋଗକାରୀଙ୍କ ପ୍ରତି ଅଣଦେଖା କରିଥିଲେ l ଏନେଇ ଅଭିଯୋଗକାରୀ ମହିଳାମାନେ ଉତ୍ୟକ୍ତ ହୋଇ ଆଇସିଡ଼ିଏସ କାର୍ଯ୍ୟାଳୟରେ ତାଲାଦେଇ ଠୁଙ୍କି ଆନ୍ଦୋଳନରେ ବସିଥିଲେ l ପରେ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମହିଳା ଓ ସିଡିପିଓ ଙ୍କ ସହ ଫୋନଯୋଗେ କଥା ହୋଇ ଆନ୍ଦୋଳନକୁ ଆସନ୍ତା ୧୭ ତାରିଖକୁ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ପରେ ଆନ୍ଦୋଳନରୁ ଓହରିଥିଲେ ଆନ୍ଦୋଳନ କାରି ମହିଳା ମାନେ l

What's Your Reaction?

like

dislike

love

funny

angry

sad

wow