ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ଵାଗତ ସମାରୋହ

Aug 24, 2024 - 11:22
Aug 24, 2024 - 11:22
 0  11
ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ଵାଗତ ସମାରୋହ

ସୋନପୁର : ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :

ସୋନପୁର ଅଦିତି ଯୁକ୍ତ ଦୁଇ କଲେଜ ରେ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରଯାଇଛି l  ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ଉତ୍ସବ ର ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରତିଷ୍ଠାତା ଡଃ ଜ୍ୟୋତି ରଂଜନ ବହିଦାର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀମା ଅରବିନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦ୍ଘଟାନ କରି ବିଦ୍ୟାଳୟ ରେ ଚାରି ବର୍ଷ ଯାଏଁ ଶତ ପ୍ରତିଶତ ହାର ରେ ଫଳାଫଳ ରଖି ରାଜ୍ୟ ରେ ସୁନାମ ରଖି ଥିବାରୁ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଙ୍କୁ ଏହାର ଶ୍ରେୟ ଦେଇଥିଲେ l ଅଧ୍ୟାପକ ଚିନ୍ମୟା ନନ୍ଦ ପାତ୍ର, ଆର୍ତ୍ତ ତ୍ରlଣ ଥାନପତି, ଗୋବିନ୍ଦ କର୍ମୀ, ମୁନ୍ନା ମହାକୁଡ଼, ସତ୍ୟ ନାରାୟଣ ପଣ୍ଡା, ଅଧ୍ୟାପିକା ବନାନୀ ପୁଷ୍ପିତl ପାତ୍ର, ଲଭଲୀ ଶ୍ରୀ ମିଶ୍ର ଅତିଥି ଭାବେ ଯୋଗଦେଇ  ଛାତ୍ର ଛାତ୍ରୀ ଙ୍କ ଟେଲେଣ୍ଟ ପ୍ରଦର୍ଶନ କରିବା ଏ ହେଉଛି ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ମତ ରଖି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥଲେ l ଏବଂ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ଟ୍ୟାଲେଣ୍ଟ କୁ ପ୍ରଶଂସା କରିଥିଲେ l ସଭା ପରେ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗା ରଙ୍ଗ ସଂlସ୍କୃତିକ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଦ୍ୱିତୀୟ ବର୍ଷ ର ଛାତ୍ରୀ ଡଲି ମିଶ୍ର ଏହାକୁ ସଂଯୋଜନା କରିଥିଲେ l ଅଣ ଶିକ୍ଷକ କର୍ମଚାରୀ ସୁନୀଲ ମିଶ୍ର ଓ ମିନ୍ କେତନ କର୍ମୀ ସହଯୋଗ କରିଥିଲେ l ଶେଷରେ ମୌସୁମୀ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow