ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ନୂଆସାହି ଶକ୍ତି କେନ୍ଦ୍ର ରେ ସଦସ୍ୟତା କର୍ମଶାଳା ଅଭିଯାନ ଓ ମୋହନ ସରକାର ଙ୍କ ଶହେ ଦିନ ପୂର୍ତ୍ତି ଉତ୍ସଵ ପାଳିତ

ବାଲିଗୁଡା : ଲୋକ ଆବାଜ . ଇନ୍ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡା ନଗର ବିଜେପି ର ନୂଆସାହି ଶକ୍ତି କେନ୍ଦ୍ର ର ଦୂର୍ଗା ମନ୍ଦିର ପ୍ରାଙ୍ଗଣ ରେ ସଦସ୍ୟତା ସମୀକ୍ଷା ଓ ମୋହନ ସରକାର ଙ୍କ ଶହେ ଦିନ ପୂର୍ତ୍ତି ଉତ୍ସବ ପାଳିତ ହୋଇ ଯାଇଛି l ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୋଦ ଦଣ୍ଡସେନା ଜଗନ୍ନାଥ ବିଷୋୟୀ ଲକ୍ଷ୍ମୀ ନାରାୟଣ ମଲିକ ଙ୍କ ନେତୃତ୍ବରେ ଶକ୍ତି କେନ୍ଦ୍ର ର ପ୍ରମୁଖ ନୀଳ ମାଧବ ବେହେରା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ , ଜିଲ୍ଲା ଉପ ସଭାନେତ୍ରୀ ସୁଷମା ସାହୁ, ପୁର୍ବତନ କାଉନସିଲର ଝରଣା ଦଣ୍ଡସେନା , ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମନୋଜ ରଥ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ନେହଲତା ବେହେରା, ଟୋଲି ପ୍ରମୁଖ ସଂଜୟ ଦାସ, ପୁର୍ବତନ ନଗର ସମ୍ପାଦକ ଇନ୍ଦ୍ରମଣି ପାତ୍ର ରେଖା ମାଲିକ ମଞ୍ଚାସୀନ ଥିଲେ l
ଏହି ଦିନିକିଆ ସଦସ୍ୟତା ପ୍ରଶିକ୍ଷଣ କର୍ମଶାଳା ରେ ଶକ୍ତି କେନ୍ଦ୍ରର ଶତାଧିକ କର୍ମୀ ଉପସ୍ଥିତ ଥିଲେ l ସାରା ଭାରତ ବର୍ଷ ରେ ସେପ୍ଟେମ୍ବର ଦୁଇ ତାରିଖ ଠାରୁ ସଦସ୍ୟତା ଅଭିଯାନ ହେବାକୁଥିବା ବେଳେ ଆଜି ଏହି କର୍ମ ଶାଳl ରେ ବରିଷ୍ଠ କର୍ମୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ l ଶକ୍ତି କେନ୍ଦ୍ର ରେ ଅଧିକ ରୁ ଅଧିକ ସଦସ୍ୟ ଯୋଡ଼ି ବିଜେପି ର ହାତ ମୁଠା କୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ମାର୍ଗ ଦର୍ଶନ କରିଥିଲେ ଏଵଂ ବିଜେପି ର ଗଡ କୁହାଯାଉ ଥିବା ନୂଆସାହି କୁ ପୂର୍ବ ଗୌରବ ଓ ଗରିମା କୁ ବଜାୟ ରଖିବା ସହିତ ପୁଣି ଥରେ ଶତ ପ୍ରତିଶତ ଶକ୍ତିକେନ୍ଦ୍ର ଭାବେ ଗଢି ତୋଳିବା କୁ ସଂଗଠକ ଓ କର୍ମୀ ମାନେ ସଂକଳ୍ପ ନେଇଥିଲେ ଏଵଂ ମୋହନ ସରକାର ଙ୍କ ଶହେ ଦିନ ପୂର୍ତ୍ତି ଅବସରରେ ସରକାର ଙ୍କ ସୁଦୂର୍ ପ୍ରସାରି ଯୋଜନା ର ଲାଭ ନେବା ପାଇଁ ଉତ୍ସାହିତ କରିଥିଲେ l ସରକାର ଙ୍କ ଜନ କଲ୍ୟାଣ ଯୋଜନା ସୁଭଦ୍ରା ଯୋଜନା ମାଧ୍ୟମ ରେ ମହିଳା ମାନେ କିଭଳି ସ୍ବାବଲମ୍ବୀ ହୋଇ ପାରିବେ ସେ ନେଇ ମାର୍ଗ ଦର୍ଶନ କରିଥିଲେ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ l
What's Your Reaction?






