ଗୋଟିଏ ବ୍ଲକ ଗୋପ ପୁର ହେଲେ ଅନ୍ୟ ବ୍ଲକ ମଥୁରା -ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ :

Mar 12, 2025 - 14:13
 0  5
ଗୋଟିଏ ବ୍ଲକ ଗୋପ ପୁର ହେଲେ ଅନ୍ୟ ବ୍ଲକ ମଥୁରା -ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ :

ଗୋଟିଏ ବ୍ଲକ ଗୋପପୁର ହେଲେ ଅନ୍ୟ ବ୍ଲକ ମଥୁରା - ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ

ନୂଆପଡ଼ା:ଲୋକ୍ ଆବାଜ୍.ଇନ୍(ରାମନାଥ ପଣ୍ଡା)

ସରକାର ଛାତ୍ର ଛାତ୍ରୀଙ୍କ ପାଇଁ ଅନେକ ଯୋଜନା କରିବା ସହିତ ସୁବିଧା ମଧ୍ୟ କରିଛନ୍ତି କିନ୍ତୁ ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକର ପଳସଦା ଗ୍ରାମରେ ପଞ୍ଚମ ଶ୍ରେଣୀ ଯାଏଁ ଅଛି ବୋଲି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପଢିବାକୁ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଛୁଟି ଦିନ ବ୍ୟତୀତ ପ୍ରତ୍ୟେକ ଦିନ ଖରୀଆର ବ୍ଲକର ଖୁଦପେଜ୍ ଗ୍ରାମର ବିଦ୍ୟାଳୟକୁ ଚାଲି ଚାଲି ବିଦ୍ୟା ଅଧ୍ୟୟନ ନିମନ୍ତେ ଯିବା ଦେଖିବାକୁ ମିଳୁଛି ।ଏହି ରାସ୍ତା ଖରୀଆର ଓ ବୋଡ଼େନ ବ୍ଲକକୁ ସଂଯୋଗ କରିବା ସହ ବିଜୁ ଏକ୍ସପ୍ରେସ ୱେ ରେ ମିଶୁଛି ।ଏହି ରାସ୍ତାରେ ସବୁ ସମୟରେ ଶହ ଶହ ଗାଡିମଟର ଯିବା ଆସିବା କରିଥାଏ ।ପଳସଦା ଓ ଖୁଦପେଜ ଗ୍ରାମ ମଝିରେ ସୁନ୍ଦର ନଦୀ ଉପରେ ତିଆରି ହୋଇଛି ବ୍ରିଜ ଏବଂ ତା'ରି ଉପରେ ଛାତ୍ର ଛାତ୍ରୀ ନିତିଦିନ ଯିବାଆସିବା କରିବା ସମସ୍ତେ ଦେଖୁଛନ୍ତି ।ଛାତ୍ର ଛାତ୍ରୀ ରାସ୍ତାର ନିୟମ ପାଳନ କରି ବାମ ପାର୍ଶ୍ଵରେ ଯାଉଛନ୍ତି ସତ କିନ୍ତୁ ଗାଡିମଟର କ'ଣ ସତରେ ଠିକ୍ ରାସ୍ତାରେ ଯିବା ଆସିବା କରୁଛି କି ।ବୋଡ଼େନ ବ୍ଲକରେ ରହିବା,ଖାଇବା, ଲାଳନପାଳନ ପାଉଛନ୍ତି କିନ୍ତୁ ଛୋଟ ବୟସରେ ନଦୀର ବ୍ରିଜ ପାର ହୋଇ ମୁଖ୍ୟ ରାସ୍ତାରେ ପ୍ରାୟ ଦେଢ଼ କିଲୋମିଟର ଚାଲି ଚାଲି ଅନ୍ୟତ୍ର ପଢ଼ିବା ପାଇଁ ଯିବା ଅତି ଦୁଃଖର କାରଣ ଅଟେ ।ବ୍ଲକ ଓ ଜିଲ୍ଲା ପ୍ରଶାସନ ତଥା ଓଡ଼ିଶା ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଆଲୋଚନା ହେଉଛି।

What's Your Reaction?

like

dislike

love

funny

angry

sad

wow