ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସୁଭଦ୍ରା ପଥ ପ୍ରାନ୍ତ ସଚେତନତା ସଭା ଅନୁଷ୍ଟିତ:

ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସୁଭଦ୍ରା ପଥ ପ୍ରାନ୍ତ ସଚେତନତା ସଭା ଅନୁଷ୍ଟିତ:
ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ର ପଟା ଭାଡି ସ୍ଥିତ ଶ୍ରୀ ଲୋକନାଥ ଶୈବ ପୀଠ ଠାରେ ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଷଷ୍ଠ ଦିନରେ ସୋନପୁର ବ୍ଲକ୍ ସ୍ତରୀୟ ଅନ୍ତର୍ଜାତୀୟ ମହିଳା ସପ୍ତାହ ପଥ ପ୍ରାନ୍ତ ସଚେତନତା ସଭା ଅନୁଷ୍ଟିତ ହୋଇଛି l ଏହି ଉପଲକ୍ଷେ ଏକ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା l ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳୀ ରଣା, ନମିତା ମିଶ୍ର ଓ ଜ୍ୟୋତି ବେଉରା ଙ୍କ ନାଟିକା ର ନିଖୁଣ ଅଭିନୟ ସଭାରେ ଉପସ୍ଥିତ ଶହ ଶହ କର୍ମୀ, ସୁଭଦ୍ରା ମା, ସ୍କୁଲ୍ ଛାତ୍ରୀ ଓ ଅତିଥି ମାନଙ୍କ ମନ କୁ ଛୁଇଁ ପାରିଥିଲା l ଶୁଭଦ୍ରା ମା ସୁଷମା ରଣା ଙ୍କ ଅତିଥି ସ୍ଵାଗତ ସଂଗୀତ ଗୀତ ନାଚ ଅଭିନୟ, ଗୀତାଞ୍ଜଳୀ ସ୍ବାଇଁ ଙ୍କ ପ୍ରାରମ୍ଭିକ ଶୁଭଦ୍ରା ଭଜନ ସଂଗୀତ, ବାଳ ଶ୍ରମ ଛାତ୍ରୀ ଓ ଶୁଭଦ୍ରା ହିତାଧିକାରୀ ଙ୍କ କୁନି ଝିଅ ମାନଙ୍କ ଦ୍ବାରା ଆକର୍ଷଣୀୟ ଗୀତ ନାଚ ମନୋରଞ୍ଜନ କାର୍ଯ୍ଯ କ୍ରମ ଜରିଆ ରେ ଆଜି ସଚେତନ କରଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସୋନପୁର ସିଡିପିଓ ସାଗରିକା ସ୍ବାଇଁ ମୁଖ୍ୟ ଅତିଥି ଓ ସୋନପୁର ଆଇ ସି ଡ଼ି ଏସ ସୁପର ଭାଇଜର ଶ୍ରୀମତୀ ସୁଷମା ମିଶ୍ର, ମିଶନ ଶକ୍ତି ବ୍ଳକ୍ କୋଡ଼ି ନେଟର ଅମିତ୍ କୁମାର ଡ଼ାଙ୍ଗ , ପୌର ପରିଷଦ ଅଙ୍ଗନ ୱାଡ଼ି ସୁପର୍ ଭାଇଜର ରୋଜି ସ୍ମିତା ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶୁଭଦ୍ରା ମା ଓ ଅଙ୍ଗନ୍ ୱାଡି କର୍ମୀ ମାନଙ୍କୁ ଶୁଭଦ୍ରା ସଚେତନତା ବାର୍ତ୍ତା ପ୍ରଦାନ କରି ଏ ସରକାର ଙ୍କ ଏ ମହିଳା ସଶକ୍ତି କରଣ ଯୋଜନା ରେ ସାମିଲ୍ ହୋଇ ଏହାର ଲାଭ ଉଠାଇବା ପାଇଁ ଓ ଏ ସହାୟତା ରେ ସମସ୍ତେ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦେଇଥିଲେ l ଅଙ୍ଗନୱାଡ଼ି କର୍ମୀ ଜ୍ୟୋତିର୍ମୟୀ ବେଉରା , ରୀତା ମହାରଣା, ଓ ଗୀତାଞ୍ଜଳୀ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ l ସୋନପୁର ସିଡିପିଓ ସାଗରିକା ସ୍ବାଇଁ ଙ୍କ ତତ୍ତ୍ଵl ବଧାନ ରେ ଆଜି ସୋନପୁର ବ୍ଲକ ର ଲଛିପୁର , ହରଡ ଖୋଲ ପଞ୍ଚାୟତ ଓ ସୋନପୁର ପଟା ଭାଡ଼ି ଅଞ୍ଚଳ ରେ ଏଇ ପଥ ପ୍ରାନ୍ତ ସଚେତନତା ସଭା ଅନୁଷ୍ଟିତ ହୋଇଥିଲା l
What's Your Reaction?






