ଅବସର ଦିନ ଶିକ୍ଷକ ଙ୍କୁ ପୂର୍ଣ୍ଣ ପେନସନ ପ୍ରଦାନ

Dec 4, 2024 - 07:59
 0  18
ଅବସର ଦିନ ଶିକ୍ଷକ ଙ୍କୁ ପୂର୍ଣ୍ଣ ପେନସନ ପ୍ରଦାନ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନା)

ବାଲିଗୁଡା:କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ଼ ପଞ୍ଚାୟତ ତଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗାଧୁ ଦିଗାଳଙ୍କୁ ଅବସର ଗ୍ରହଣ ଦିନ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତ୍ୟା ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିଛନ୍ତି। ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ପେନସନ କାଗଜ ପତ୍ର ନିର୍ଦ୍ଧାରିତ ସମୟ ରେ ଭୁବନେଶ୍ୱର ସ୍ଥିତ ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ କୁ ପଠାଯାଇଥିଲା। ଲେଖା ନିୟନ୍ତ୍ରକ ଅଶୋକ କୁମାର ମହାନ୍ତି, ଅତିରିକ୍ତ ଲେଖାନିୟନ୍ତ୍ରକ ଦିବାରାଣୀ ଦୋରା, ଉପ ଲେଖାନୀୟନ୍ତ୍ରକ ଧରିତ୍ରୀ ବରାଳ, ସହ ଉପବିଭାଗୀୟ ଅଧିକାରୀ ରଶ୍ମିରେଖା ମହାନ୍ତି ଉକ୍ତ ପେନସନ କାଗଜ ପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହୀତ କରିବା ରୁ ଉକ୍ତ ଶିକ୍ଷକ ଙ୍କୁ ଅବସର ଦିନ ହିଁ ପୂର୍ଣ୍ଣ ପେନସନ ପ୍ରଦାନ ସମ୍ଭବ ହୋଇ ପାରିଲା ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡ଼ତ୍ୟା ସୂଚନା ଦେଇଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପେନସନ ପ୍ରଦାନ ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow