ସୁନାବେଡ଼ା ଅଭୟାରଣ୍ୟର ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆଙ୍କ ନୂଆଖାଇ ଭେଟଘାଟ

Sep 26, 2024 - 06:47
 0  23
ସୁନାବେଡ଼ା ଅଭୟାରଣ୍ୟର ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆଙ୍କ ନୂଆଖାଇ ଭେଟଘାଟ

ନୂଆପଡା : ଲୋକ ଆବାଜ୍.ଇନ୍(ରାମ ନାଥ ପଣ୍ଡା ଙ୍କ ରିପୋର୍ଟ)

ବହୁ ଚର୍ଚ୍ଚିତ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟର ସୁନାବେଡା ଓ ସୋସେଙ୍ଗ ଗ୍ରାମ ପଂଚାୟତରେ ଆଦିମ ଜନଜାତି ଏକତ୍ରିତ ହୋଇ ସଙ୍ଗଠିତ ରୂପେ ନୁଆଖାଇଁ ଭେଟ ଘାଟ ପର୍ବ ପାଲନ କରିଛନ୍ତି।ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ସିବିଡିଏ କାର୍ଯ୍ୟାଳୟରୁ ବାହାରି ସୁନାବେଡ଼ା ସଭା ସ୍ଥଲରେ ପହଞ୍ଚିଥିଲା।ସମସ୍ତ ମହିଳା ଏବଂ ପୁରୁଷ ମାନେ ତାଙ୍କ ପାରମ୍ପରିକ ବସ୍ତ୍ର ପରିଧାନ କରିଥିଲେ ।

 ଅଭୟାରଣ୍ୟ ଉତ୍ସବ ମୁଖରିତ ହୋଇଉଠିଥିଲା। ଏହି କାର୍ଯ୍ୟକ୍ରମ ରେ ଖଡିଆଳ ବୋଡ଼େନ, ସିନାପାଲି, ନୂଆପଡ଼ା ଏବଂ ପଡୋଶୀ ଛତିଶଗଡ଼ ରାଜ୍ୟର ବହୁ ଗ୍ରାମରୁ ହଜାର ହଜାର ସଂଖ୍ୟକ ଆଦିବାସୀ ସାମିଲ ହୋଇଥିଲେ। ତାଙ୍କ ସଂସ୍କୃତି, ପରମ୍ପରା ଆଉ ପ୍ରଥାକୁ ପାଳନ କରି ଏକ ସଙ୍ଗଠିତ ତଥା ଶୃଙ୍ଖଳିତ ଜୀବନ ଯାପନ ପାଇଁ ସଭାରେ ଆହ୍ବାନ କରିଛନ୍ତି। ଅଧିଷ୍ଠାତ୍ରୀ ଦେବୀ ସୁନାଦେଇ ମାଁ ମନ୍ଦିରରେ ସମସ୍ତେ ଯୋଗ ଦେଇ ପୂଜା ଅର୍ଚ୍ଚନା ପରେ ସଭା ସ୍ଥଳରେ ପହଞ୍ଚିଥିଲେ। ସୁନାବେଡ଼ା ଅଭୟାରଣ୍ୟର ୨୪ ଗୋଟି ଗ୍ରାମର ନାଗରିକ ଯୋଗଦେଇଥିବା ବେଳେ ଅଭୟାରଣ୍ୟରେ ମଧ୍ୟ ବସବାସ କରୁଥିବା ବନବାସୀ ଯୋଗ ଦେଇଥିଲେ।ପ୍ରତି ବର୍ଷ ନୂଆଖାଇ ଭେଟ ଘାଟ କରିବାକୁ ସ୍ଥିର କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow