କନ୍ଧମାଳ କୁ ରେଳଲାଇନ ସଂଯୋଗ ପାଇଁ ପାର୍ଲାମେଣ୍ଟ ରେ ଦାବୀ ଉପସ୍ଥାପନା କଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ

Dec 5, 2024 - 07:27
 0  122
କନ୍ଧମାଳ କୁ ରେଳଲାଇନ ସଂଯୋଗ ପାଇଁ ପାର୍ଲାମେଣ୍ଟ ରେ ଦାବୀ ଉପସ୍ଥାପନା କଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

- କନ୍ଧମାଳ କୁ ରେଳଲାଇନ ସଂଯୋଗ ପାଇଁ ଦାବୀ ଉପସ୍ଥାପନା କଲେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସଂସଦ ରେ ଶୀତ ଅଧିବେଶନ ବାଚସ୍ପତି ଙ୍କ ଜରିଆରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ବ୍ରହ୍ମପୁର ଭାୟା ଫୁଲବାଣୀ କିମ୍ବା ବାଲିଗୁଡା ଦେଇ ରେଳ ଲାଇନ ସଂଯୋଗ ପାଇଁ ପ୍ରସ୍ତାବ ଦେଇଥିବା ଜଣା ପଡିଛି l ଭାରତ ସ୍ୱାଧୀନତା ର 77 ବର୍ଷ ବିତିଯାଇଥିଲେ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କନ୍ଧମାଳ କୁ ରେଳ ସଂଯୋଗ ହୋଇ ପାରିନି, କନ୍ଧମାଳ ଜ଼ିଲ୍ଲା କୁ ରେଳ ସଂଯୋଗ ପାଇଁ ଜ଼ିଲ୍ଲା ମିଳିତ ନାଗରିକ କମିଟି ତରଫରୁ ଜ଼ିଲ୍ଲା ପାଳ ଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦାବୀ ପତ୍ର ଦିଆଯାଇଥିଲା ଏବଂ ମିଳିତ ନାଗରିକ କମିଟି ଦିନିକିଆ ଧାରଣା ରେ ବସିଥିଲା l

What's Your Reaction?

like

dislike

love

funny

angry

sad

wow