ଆଇନ ସଚେତନତା ଶିବିର ଅନୁଷ୍ଠିତ

Sep 29, 2024 - 07:17
 0  20
ଆଇନ ସଚେତନତା ଶିବିର ଅନୁଷ୍ଠିତ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଣ୍ଟାମାଳ ତାଳୁକ ଆଇନସେବା ସମିତି ତରଫରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ତାଳୁକ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ କୋର୍ଟର ବରିଷ୍ଠ ଦେୱାନି ବିଚାରପତି ତପନ କୁମାର ବେହେରା, କଣ୍ଟାମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଭାବାନନ୍ଦ ପ୍ରଧାନ,ବରିଷ୍ଠ ଆଇନଜିବୀ କୈଳାଶ ଚନ୍ଦ୍ର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ମଞ୍ଚାସିନ ଅତିଥି ସାଇବର କ୍ରାଇମ, ଅନଲାଇନ ସଚେତନତା,ସାମାଜିକ ଗଣମାଧ୍ୟମର ଉପାଦେୟତା ଓ କ୍ଷତିକାରକ ସମ୍ବନ୍ଧରେ ଆଲୋକପାତ କରିଥିଲେ। କଣ୍ଟାମାଳ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ଓ ଜୁନିଅର୍ ରେଡ଼କ୍ରସ୍ କାଉନସିଲର ବନମାଳୀ ମେହେର ଆଇନ ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ତାଳୁକ ଆଇନ ସମିତିର କର୍ମଚାରୀ ଜ୍ୟୋତିରଂଜନ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟକ ହେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow