ଆଭାସି ଜରିଆ ରେ ସାଇବର ରଥ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ*- *ଜିଲ୍ଲା ରେ ଗାଁ ଗାଁ ରେ ବୁଲିବ ସାଇବର ସଚେତନତା ରଥ*- *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି*-

Oct 19, 2025 - 20:29
 0  18
ଆଭାସି ଜରିଆ ରେ ସାଇବର ରଥ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ*-  *ଜିଲ୍ଲା ରେ ଗାଁ ଗାଁ ରେ ବୁଲିବ ସାଇବର ସଚେତନତା ରଥ*- *ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି*-

ସୋନପୁର:ଲୋକ ଆବାଜ.ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସାଧାରଣ ଲୋକଙ୍କୁ ସାଇବର ଠକେଇରୁ ମୁକ୍ତ କରିବା , "ସାଇବର କ୍ରାଇମ୍ ରୋକିବା ସୁରକ୍ଷିତ ଓଡ଼ିଶା ଗଢ଼ିବା" ଲକ୍ଷ୍ୟ ନେଇ ଆଜି ଠାରୁ ସାରା ରାଜ୍ୟରେ ଗାଁ ଗାଁ ରେ ସାଇବର ସଚେତନତା ରଥ ପରିକ୍ରମା କରିବ l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଆଜି ଏହି ସାଇବର ସଚେତନତା ରଥ ର ଶୁଭାରମ୍ଭ କରି ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟବାସୀ ଙ୍କୁ ଏହି ବାର୍ତ୍ତା ପ୍ରଦାନ୍ କରିଛନ୍ତି l ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଆହୁରି କହିଛନ୍ତି ଯେ କେବଳ ସଚେତନତା ର ଅଭାବ ପାଇଁ ହିଁ ସାଇବର ଅପରାଧ ରାଜ୍ୟରେ ବଢ଼ି ବଢି ଚାଲିଛି l ଏ ଅଭିଯାନ ପାଇଁ ଆମ ସରକାର ୨୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖିଥିବା କହିଛନ୍ତି l ବିଦେଶରେ ସାଇବର ମାଷ୍ଟର ମାଇଣ୍ଡ ଜାଲ ବିଛେଇ ବସିଛନ୍ତି ଆପଣ ମାନେ ମୋଟା ଅଙ୍କ ଅର୍ଥର ପ୍ରଲୋଭିତ ହୋଇ କେବେ କାହାକୁ ଓଟିପି, ଅଜଣା ଲିଙ୍କ, ଏସଏମ୍ଏସ କୁ ସେୟାର କରନ୍ତୁ ନାହିଁ ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି l ଆସନ୍ତା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତି ସହର, ବ୍ଳକ, ପଞ୍ଚାୟତ ତଥା ପ୍ରତି ଗାଁ ରେ ବୁଲିବ ସାଇବର ସଚେତନତା ରଥ ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ଅଫିସ୍ ସଭାଗୃହ ଠାରେ ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏସପି ଶ୍ରୀ ନାରାୟଣ ନାୟକ l ଲୋକଙ୍କ କଷ୍ଟ ଲବ୍ଧ ଅର୍ଥକୁ ହରି ଲୁଟ ହେବାକୁ ଦେବାନି ବୋଲି କହି ସାଇବର ଅପରାଧୀ ଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ଦେଇଛନ୍ତି l ଏହି ସଚେତନତା ଅଭିଯାନରେ ସବୁ ବର୍ଗର ଲୋକ ସାମିଲ ହେବାକୁ ଏସପି ଶ୍ରୀ ନାଏକ ନିବେଦନ କରିଛନ୍ତି ଓ ସାଇବର ଅପରାଧୀ ଙ୍କ ଉପରେ ପ୍ରତି ମୁହୂର୍ତ୍ତରେ ଲୋକଙ୍କୁ ପୁରା ସାବଧାନ ରହିବାକୁ ଓ ଏହାର ପ୍ରଚାର ପ୍ରସାର ମାଧ୍ୟମ ରେ ସହଯୋଗ କରିବାକୁ ଏସପି ନିବେଦନ କରିଥିଲେ l

What's Your Reaction?

like

dislike

love

funny

angry

sad

wow