ଆମପାଣି ଘାଟି ରେ ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ମୃତ, ୨ ଯୁବକ ଗୁରୁତର

ଧର୍ମଗଡ଼:ଲୋକ ଆବାଜ୍ ଇନ୍ (ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ବିରିମୁହାଁଣ ଛକ ନିକଟରେ ଶୁକ୍ରବାର ଅପରାହ୍ନ ରେ ଏକ ବାଇକ କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଥିବା ବେଳେ ବାଇକ ରେ ଥିବା ୩ ଜଣ ଯୁବକ ଙ୍କ ମଧ୍ୟରୁ ଜଣେ ଯୁବକ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଯୁବକ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ହେଲେ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼ ଗ୍ରାମର ଫୁଲସିଂ ମାଝୀ ଙ୍କ ପୁଅ କୁମର ମାଝୀ(୨୨) ଓ ଗୁରୁତର ୨ ଯୁବକ ହେଲେ ପବିତ୍ର ମାଝୀ(୨୦) ଜୟପାଟଣା ବ୍ଲକ ନାଗପଡା ମାଝୀପଡା ଓ ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲା ମୈଦାଲପୁର ଆଇଲି ଗ୍ରାମର ଭଗବାନ ଯାନୀ(୧୯) ବୋଳି ସୂଚନା ମିଳିଛି। ମୃତ କୁମର ମାଝୀ ଙ୍କ ବଡ଼ଭାଇ ଙ୍କ ବିବାହ ଗତ ବୁଧବାର ଦିନ ହୋଇଥିବା ବେଳେ ଆଜି ବିବାହ ଭୋଜି ଖାଇ ମୈଦଲପୁର ର ସାଙ୍ଗ ଭଗବାନ ଯାନୀ କୁ ଛାଡି ବାକୁ ଯାଉଥିବା ବେଳେ ଆମପାଣି ଘାଟି ବିରିମୁହାଁଣ ଛକ ନିକଟରେ ଦୁର୍ଘଟଣା ର ଶିକାର ହୋଇଥିଲେ। ଖବର ପାଇ ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ଓ ଟିମ ପହଞ୍ଚି ଗୁରୁତର ୨ ଯୁବକ ଙ୍କୁ ୧୦୮ ଆମ୍ବୁଲାନ୍ସ ଓ ମୃତ ଯୁବକ ଙ୍କୁ ଥାନା ଗାଡି ରେ କୋକସରା ଡାକ୍ତରଖାନା ଆଣିଥିଲେ।
ତେବେ ଦୁଇ ଗୁରୁତର ଯୁବକ ଙ୍କୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଛି। ଆମପାଣି ପୁଲିସ ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କା ସୂଚନା ଦେଇଛନ୍ତି।
What's Your Reaction?






