ଆମ ଜଗତକୁ ପରିବର୍ତ୍ତନ : ନିରନ୍ତର ବିକାଶ

Jan 8, 2026 - 11:50
 0  20
ଆମ ଜଗତକୁ ପରିବର୍ତ୍ତନ : ନିରନ୍ତର ବିକାଶ

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ )

 ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ନୂଆପଡ଼ା ତରଫରୁ ନିରନ୍ତର ବିକାଶ ଲକ୍ଷ୍ୟ -୨୦୩୦ ଉପରେ ବ୍ଲକ ସ୍ତରୀୟ ତାଲିମ ଶିବିର କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।ଶିବିରରେ ଉପ ନିର୍ଦ୍ଦେଶକ ଡି ପି ଏମ ୟୁ ଡିଲେଶ୍ୱର ଧରୁଆ,ବ୍ଲକ ଉପାଧ୍ୟକ୍ଷ ଜୟ ଦେବ ପ୍ରଧାନ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତ ବନ୍ଧୁ ବୁଡେକ,ସହକାରୀ ନିର୍ଦ୍ଦେଶକ ଡି ପି ଏମ ୟୁ ଝାରସୁଗୁଡ଼ା ସଞ୍ଜୟ କୁମାର ଦୀପ ,ସହକାରୀ ନିର୍ଦେଶକ ଡି ପି ଏମ ୟୁ ନୂଆପଡ଼ା ପ୍ରେମ ରାଜ ହଂସ ମଞ୍ଚାଷିନ ଥିଲେ ।ଉପ ନିର୍ଦ୍ଦେଶକ ଡିଲେଶ୍ୱର ଧରୁଆ ମଞ୍ଚ ପରିଚାଳନା କରିଥିବାବେଳେ ସହକାରୀ ନିର୍ଦ୍ଦେଶକ ସଂଜୟ କୁମାର ଦୀପ ସତର ଗୋଟି ନିରନ୍ତର ବିକାଶ ଲକ୍ଷ୍ୟ ଯଥା - ଦାରିଦ୍ର୍ୟ ମୁକ୍ତ,କ୍ଷୁଧା ମୁକ୍ତ,ସୁସ୍ଥ ଓ ନିରାମୟ ଜୀବନ,ଗୁଣାତ୍ମକ ଶିକ୍ଷା,ଲିଙ୍ଗଗତ ସମାନତା,ସ୍ୱଚ୍ଛ ଜଳ ଓ ପରିମଳ,ସୁଲଭ ଓ ସ୍ୱଚ୍ଛ ଶକ୍ତି,ମର୍ଯ୍ୟାଦା ପୂର୍ଣ୍ଣ କାର୍ଯ୍ୟ ଓ ଆର୍ଥିକ ଅଭିବୃଦ୍ଧି,ଶିଳ୍ପ ଉଦ୍ଭାବନ ଓ ଭିତ୍ତିଭୂମି ବିକାଶ,ଅସମାନତା ହ୍ରାସ,ସହର ଓ ଜନ ସମୁଦାୟର ସ୍ଥାୟୀତ୍ବ,ଦାୟୀତ୍ୱ ପୂର୍ଣ୍ଣ ବ୍ୟବହାର ଏବଂ ଦୀର୍ଘ ସ୍ଥାୟୀ ଉତ୍ପାଦନ,ଜଳବାୟୁ ଭିତ୍ତିକ କାର୍ଯ୍ୟ,ଜଳ ଭିତରେ ଥିବା ଜୀବଜଗତର ସୁରକ୍ଷା,ଭୁ ପୃଷ୍ଠ ଜୀବଜଗତର ସୁରକ୍ଷା,ଶାନ୍ତି, ନ୍ୟାୟ ଓ ଦୃଢ ଅନୁଷ୍ଠାନ ସୃଷ୍ଟି ଓ ବୃଦ୍ଧି ଏବଂ ଲକ୍ଷ୍ୟ ହାସଲ ପାଇଁ ସହଭାଗିତା ଉପରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ ।

ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ଶିବିରରେ ଜି ପି ଡି ଓ ହେମନ୍ତ ବିଭାର,ସି ଡି ପି ଓ ଦେବକୀ ମଲ୍ଲିକ,ବ୍ଲକ ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ,ତରବୋର୍ଡ ସରପଞ୍ଚ ଶ୍ୟାମ ପୃଷ୍ଟି, କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଭେଲା ସରପଞ୍ଚ ବିମଳ ଯୋଶୀ, ମୁଣ୍ଡାପଲା ସରପଞ୍ଚ ରଜନୀ ମାଝୀ,ସୁନାବେଡ଼ା ସରପଞ୍ଚ ରଜନୀ ଜଗତ, ସରପଞ୍ଚ ସନ୍ତୋସିନି ସୁନାନି , ଟିକ୍ରାପଡା ସରପଞ୍ଚ ଯମୁନା ହରିଜନଙ୍କ ସମେତ କୋମନା ବ୍ଲକର ଅନ୍ୟ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦାନ କରିଥିଲେ ।ନୂଆପଡ଼ା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଏସ ଇ ଆଇ ରଶ୍ମି ଠାକୁର,ଏସ ଆର୍ ଏ ଧବଳେଶ୍ଵର ମେହେର ଫାଇନାନ୍ସ ଏକ୍ସପର୍ଟ ଜଗତ ମୋହନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow