ସଇଁତଲା ବ୍ଲକସ୍ତରୀୟ ଲୋକ ମହୋତ୍ସବ ଉଦଯାପିତ , ରଙ୍ଗବତୀ ଓ ଆଦିବାସୀ ନୃତ୍ୟରେ ଦର୍ଶକଙ୍କ ମନ ମୋହିଲା

Jan 8, 2026 - 11:47
 0  11
ସଇଁତଲା ବ୍ଲକସ୍ତରୀୟ ଲୋକ ମହୋତ୍ସବ ଉଦଯାପିତ , ରଙ୍ଗବତୀ ଓ ଆଦିବାସୀ ନୃତ୍ୟରେ ଦର୍ଶକଙ୍କ ମନ ମୋହିଲା

ସଇଁତଲା :ଲୋକ ଆବାଜ. ଇନ(ପ୍ରମୋଦ ସେଲମା ଙ୍କ ରିପୋର୍ଟ) ବଲାଙ୍ଗୀର ଜିଲ୍ଲା ସଇଁତଲା ହାଟପଦା ପରିସର ଠାରେ ସ୍ଥାନୀୟ ପଞ୍ଚାୟତ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ମହାସମାରୋହ ଉଦଯାପିତ ହୋଇଯାଇଛି l ପ୍ରଥମେ ଗ୍ରାମର ଇଷ୍ଟଦେବୀ ମା ଚଣ୍ଡୀଙ୍କ ଠାରେ ଟିଟିଲାଗଡ଼ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ଳଳନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଅତିରିକ୍ତ ତହସିଲଦାର ମୋହନ ମୁଣ୍ଡା, ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ ସେଲମା ପ୍ରମୁଖ ଯୋଗଦାନ କରି ଅଞ୍ଚଳରେ ଲୋପ ପାଇଯାଉଥିବା ଲୋକଵାଦ୍ୟ, ଲୋକନାଟକ, ଲୋକଗୀତ ଓ ଲୋକନୃତ୍ୟରେ ଉପରେ ଅତିଥିମାନେ ଆଲୋକପାତ କରିଥିଲେ l ଏହି ମହୋତ୍ସବ ଦ୍ଵିତୀୟ ଥର ପାଇଁ ବ୍ଲକ ପ୍ରଶାସନ ତରଫରୁ ସଇଁତଲା ସହରର ହାଟ ପଦା ଠାରେ କରିବା ପାଇଁ ସୁଯୋଗ ପ୍ରଦାନ କରିଥିବାରୁ ବ୍ଲକ ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା l

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଧୂମଧାମ ସହ ଲୋକ ମହୋତ୍ସବ ହୋଇଥିବାରୁ ବିଚାରକ ଓ କଳାକାରମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ଦେଖିବାଜୁ ମିଳିଥିଲା l ଏହାର ଉଦଯାପନୀ ପରିପେକ୍ଷୀରେ ୫୫ ଥର ରକ୍ତଦାନ ପ୍ରଦାନ କରିଥିବା ଯୁବକ ଗିରିଧାରୀ ଚନ୍ଦନ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ସ୍ୱାସ୍ଥ୍ୟକର୍ମୀ ରଶ୍ମିତା କୁମ୍ଭାର , ସମ୍ବଲପୁରୀ ଶୋଲେ ଫିଲ୍ମର ଯୁବ କଳାକାର ତଥା ସରପଞ୍ଚ ମନୀଷ ସୁନା, ଶବ ସଂସ୍କାର ପାଇଁ କାଠ ଯୋଗାଇ ଆସୁଥିବା ସ୍ଥାନୀୟ ସାହୁ ସମାଜ ଓ ପ୍ରତି ସୋମବାର ଦିନ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଖାଦ୍ୟ ଯୋଗାଉଥିବା ସାମାଜିକ ଅନୁଷ୍ଠାନ ଗୋଲାପୀ ଫାଉଣ୍ଡେସନ କର୍ମକର୍ତ୍ତାମାନଙ୍କୁ ବ୍ଲକସ୍ତରୀୟ ଲୋକ ମହୋତ୍ସବରେ ଉପଢୋକନ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ପରେ ଏସଡିକେଜି ବିଦ୍ୟାଳୟ ପ୍ରିନ୍ସସିପାଲ ସୁଜାତା ବାରିକ ଓ ଯୁବ ସାମ୍ବାଦିକ ନାରାୟଣ ସାହୁଙ୍କ ତତ୍ତ୍ୱବଧାନରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀମାନେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେଇ ବେଶ ଆକର୍ଷଣୀୟ ନୂତ୍ୟ ପରିବେଷଣ କରିଥିଲେ l ଏଥିରେ ରଙ୍ଗବତୀ ଓ ଆଦିବାସୀ ନୃତ୍ୟରେ ଦର୍ଶକଙ୍କ ମନମୋହିଥିଲା l

What's Your Reaction?

like

dislike

love

funny

angry

sad

wow