କଣ୍ଟାମାଳ ମିଳିତ ଶିକ୍ଷକ ସଙ୍ଘ ତରଫରୁ ମୃତକ ଶିକ୍ଷୟିତ୍ରୀ ଙ୍କ ପରିବାର କୁ ସହାୟତା

କଣ୍ଟାମାଳ ଲୋକ ଆବାଜ୍.ଇନ୍,(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଫାସେଡ ୟୁଜିଏମଇ ସ୍କୁଲ ର ସ୍ବର୍ଗତ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବାରିକ ଙ୍କ ସୁଦ୍ଧକ୍ରିୟା ରେ କଣ୍ଟାମାଳ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ଯୋଗଦେଇ ତାଙ୍କ ପରିବାର ଙ୍କୁ ସମବେଦନା ଜଣାଇବା ସହ ସଙ୍ଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି |ଏହି କାର୍ଯ୍ୟକ୍ରମ ରେ ସଙ୍ଘର ସଭାପତି ନୀଳାଞ୍ଚଳ ଭୋଇ, ସମ୍ପାଦକ ଶିଶିର ଖଟୁଆ,କୋଷାଧକ୍ଷ ବିଶ୍ଵାମିତ୍ର ଭୋଇ,ହୃଦାନନ୍ଦ ଦନ୍ତା,ଯୁଧିଷ୍ଠିର କଅଁର,ରାଜେନ୍ଦ୍ର ମହାପାତ୍ର, ଅଶୋକ ରଣା,ଶଶି ଭୋଇ, ମହେନ୍ଦ୍ର ମାଝୀ,ଦାଶରଥି ମାଝୀ ଉପସ୍ଥିତ ଥିଲେ |
What's Your Reaction?






