ଆର୍ଟ ଅଫ ଲିଭିଙ୍ଗ ପରିବାର ତରଫରୁ ରୁଦ୍ରପୂଜା ଅନୁଷ୍ଠିତ l

ବୌଦ୍ଧ :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ବୌଦ୍ଧ ଶ୍ରୀ ଶ୍ରୀ ଚନ୍ଦ୍ରଚୂଡ଼ ମନ୍ଦିରରେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ ଲିଭିଙ୍ଗ ବୌଦ୍ଧ ଶାଖା ତରଫରୁ ପବିତ୍ର ଶ୍ରାବଣ ମାସ ଅବସରରେ ରୁଦ୍ରପୂଜା ଅନୁଷ୍ଠିତ ହୋଇଯାଇଛି l ଆର୍ଟ ଅଫ ଲିଭିଙ୍ଗର ବରିଷ୍ଟ ଶିକ୍ଷକ ତଥା ପୂଜକ ପଣ୍ଡିତ ହିମାଂଶୁ ଶେଖର ପାଢ଼ୀ, ପଣ୍ଡିତ ଓଁ ପ୍ରକାଶ ବ୍ରହ୍ମା ଓ ରାମ ଶଙ୍କର ମିଶ୍ରଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମ୍ପାଦିତ ହୋଇଥିଲା l ସକାଳ 8ଘଣ୍ଟାରେ ପୂଜାକାର୍ଯ୍ୟ ଆରମ୍ଭ ହୋଇ 10ଘଣ୍ଟାରେ ସମାପନ ହୋଇଥିଲା l ସର୍ବପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ /ସଦସ୍ୟା ସାମୁହିକ ସଂକଳ୍ପ କରି ନିଜ ନିଜ ଓ ବିଶ୍ୱର ମଙ୍ଗଳ କାମନା ପୁର୍ବକ ସଂକଳ୍ପ କରିଥିଲେ l ଏହାପରେ ଭଜନ କୀର୍ତ୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ଆୟୋଜନରେ ଆର୍ଟ ଅଫ ଲିଭିଙ୍ଗର ଯୋଗ ଶିକ୍ଷୟିତ୍ରୀ ରାଜଲଷ୍ମୀ ବିଶ୍ୱାଳ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂ, ବୌଦ୍ଧ ଜିଲ୍ଲା ସଂଯୋଜକ ବିଜୟ କୁମାର ପ୍ରଧାନ,ସ୍ବେଚ୍ଛାସେବୀ କୃତ୍ତିବାସ ପଲିଆ, ରବୀନ୍ଦ୍ର କୁମାର ସାହୁ, ଡ଼. ପ୍ରବୀର କୁମାର ଦାସ, ଲବକିଶୋର ପ୍ରଧାନ, ରାଜକୁମାର ବେହେରା, ସୂର୍ଯ୍ୱେନ୍ଦ୍ର ଶତପଥି,ପ୍ରଭାସ ମହାପାତ୍ର,ପ୍ରତାପ କୁମାର ସାହୁ,ରଜନୀକାନ୍ତ ରାଉତ,ସୌମେନ୍ଦ୍ର ରଞ୍ଜନ ପୁରୋହିତ ପ୍ରମୁଖ ସକ୍ରିୟ ଭୂମିକା ନେଇଥିଲେ
What's Your Reaction?






