ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧିନତା ଦିବସ ପାଳିତ

Aug 16, 2024 - 15:07
Aug 28, 2024 - 13:26
 0  16
ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧିନତା ଦିବସ ପାଳିତ

କଳାହାଣ୍ଡି : (ଲୋକ ଆବାଜ ବ୍ୟୁରୋ) ଭବାନୀପାଟଣା ସହର ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାଉଲ୍ଲାସ ରେ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।"ଘରେ ଘରେ ତ୍ରିରଙ୍ଗା" ଅଭିଯାନ ଏହି ଜାତୀୟ ଦିବସ ପାଳନ କୁ ଆହୁରି ରୁଦ୍ଧିମନ୍ତ କରିଛି।ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସକାଳ ଘ ୯.୧୫ ମି ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ୧୪ ତାରିଖ ମଧ୍ଯ ରାତ୍ର ସମୟରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସହରରେ ମଶାଲ ଶୋଭାଯାତ୍ରା ,ପ୍ରାତଃ ଘ ୪.୩୦ମି ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ ,ସକାଳ ଘ ୬.୩୦ ମିନଟ ସମୟରେ ସହର ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଙ୍କ ଠାରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ,ସକାଳ ୭.୩୦ ମି ସମୟରେ ସହର ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ମୂଖ୍ୟଅତିଥୀ ନିଜ ବକ୍ତବ୍ୟରେ ଭାରତର ସ୍ଵାଧୀନତା ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲାର ସୁଯୋଗ୍ୟ ସନ୍ତାନ ସହିଦ ରେଣ୍ଡୋ ମାଝୀ ଙ୍କ ତ୍ୟାଗ ଓ ମହାନତା କୁ ସ୍ମରଣ କରି "ବିକଶିତ ଓଡ଼ିଶା ବିକଶିତ ଭାରତ"କୁ ପାଥେୟ କରି କଳାହାଣ୍ଡିଜିଲ୍ଲାକୁ ସମୃଦ୍ଧ ଜିଲ୍ଲା ତଥା ରାଜ୍ୟର ବିକାଶର ଅଗ୍ରଗତି ସହିତ ତାଳ ଦେଇ ଜିଲ୍ଲା ର ସ୍ବାସ୍ଥ୍ୟ,କୃଷି,ଗମନାଗମନ,ଜଳସେଚନ,ଶ୍ରମିକ କଲ୍ୟାଣ, ତୁରନ୍ତ ଅଭିଯୋଗ ସମାଧାନ ଉପରେ ଉଲ୍ଲେଖ କରି ରାଜ୍ୟ ସରକାରଙ୍କର ସବୁ କ୍ଷେତ୍ରରେ ବଜେଟ ବୃଦ୍ଧି,ସୁଭଦ୍ରା ଯୋଜନା ଭଳି ଅନେକ କଲ୍ୟାଣକାରୀ ଯୋଜନା ଉପସ୍ଥାପନ କରି ଲୋକଙ୍କ ଜୀବନ ମାନଦଣ୍ଡ ଆହୁରି ବୃଦ୍ଧି କରିବାକୁ ରାଜ୍ୟ ସରକାର ଦୃଢ଼ ପ୍ରତିଜ୍ଞ ଅଛନ୍ତି ବୋଲି କହିଥିଲେ।ପତାକା ମଞ୍ଚରେ ମୂଖ୍ୟ ଅତିଥୀ ଙ୍କ ସହ ଜିଲାପାଳ ସଚିନ ପାୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଉପସ୍ଥିତ ଥିଲେ ।


ପ୍ୟାରେଡ ପଡ଼ିଆ ରେ ମୋଟ ୪୨ ଟି ଶିକ୍ଷାନୁଷ୍ଠାନ ଓ ପୋଲିସ ପ୍ଲାଟୁନ୍  ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଙ୍କଠାରୁ ପ୍ୟାରେଡ ପ୍ରତିଯୋଗିତା ର  ବିଜୟୀ ଦଳ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ। ସିନିଅର ଏନ୍ ସି ସି ରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ (ନାଭାଲ), ଜୁନିଅର ଏନ୍ ସି ସି ରେ ସରସ୍ୱତୀ ବିଦ୍ୟା ମନ୍ଦିର ବ୍ରଜବୀହାର , ସ୍କାଉଟ ରେ ମାଣିକେଶ୍ଵରୀ ହାଇସ୍କୁଲ  ,ଗାଇଡ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଜୁନିଅର ରେଡକ୍ରସ ରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,ସିନିୟର୍ ସିଭିଲିଏନ୍ ରେ ହାଇଟେକ୍ ପବ୍ଲିକସ୍କୁଲ୍ ,ଜୁନିଅର ସିଭିଲିଏନ୍ ରେ ବିମଳା କନଭେଣ୍ଟ ସ୍କୁଲ, ବେଷ୍ଟ ପ୍ଲାଟୁନ କମାଣ୍ଡର ରେ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ (କନିଷ୍ଠ ଏନ୍ ସି ସି)ର କମାଣ୍ଡର ରନିଂ ଶିଲ୍ଡ ଓ ଟ୍ରଫି ପୁରସ୍କାର ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରର ଉତ୍କୃଷ୍ଟତା ଲାଭ କରିଥିବା ବିଦ୍ୟାର୍ଥୀ /ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। ବି ଏସ ଇ ହାଇସ୍କୁଲ ଦଶମ ବାର୍ଷିକ ପରୀକ୍ଷା ୨୦୨୪ ରେ ସର୍ବୋଚ୍ଚ ମାର୍କ ରଖିଥିବା ପଞ୍ଚାୟତ ହାଇସ୍କୁଲ୍ ମେଦିନୀପୁର ର ଛାତ୍ର ଯତ୍ନରାଜ୍ ସାହୁ ଙ୍କୁ ,ସେଭଳି ସି  ବି ଏସ ଇ ଦଶମ ବୋର୍ଡ଼ ରେ ବିକାଶ ଆବାସିକ ବିଦ୍ୟାଳୟରର ପୁରବ ବେହେରା  ,ଆଇ ସି ଏସ ଇ ଦଶମ ବୋର୍ଡ ରେ ବିମଳା କନଭେଣ୍ଟ ର ଅନୁତ୍ତମ୍ ପାଣିଗ୍ରାହୀ ,ସରକାରୀ ଏସ ଏସ ଡି ହାଇସ୍କୁଲ୍ ମଧ୍ୟରେ  ବି ଏସ ଇ ଦଶମ ବୋର୍ଡ ରେ ସର୍ବୋଚ୍ଚ ମାର୍କ ରଖିଥିବା ଗୋପାଳପୁର ଏସ ଏସ ଡି ହାଇସ୍କୁଲ୍ ଛାତ୍ରୀ ସୁପ୍ରଭା ନାଏକଙ୍କୁ ଜିଲ୍ଲା ପ୍ରଶାସନ ପ୍ରଦତ୍ତ ପ୍ରଶଂସା ପତ୍ର କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ଙ୍କ ଦ୍ଵାରା  ମାନପତ୍ର ଓ ଟ୍ରଫି କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ପୁରବ ବେହେରାଙ୍କୁ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଯୋଗୁଁ ପେଶାଦାର ସାମ୍ବାଦିକ ସଂଘ ତରଫରୁ ନଗଦ ପୁରସ୍କାର,ଆଇ ସି ଏସ ଇ ଦଶମ ବୋର୍ଡ ସର୍ବୋଚ୍ଚ ଅନୁତ୍ତମ ପାଣିଗ୍ରାହୀ ଙ୍କୁ ସ୍ବର୍ଗତ ମହେଶ୍ୱର ନାୟକ ସ୍ମୃତି ଟ୍ରଫି ପ୍ରଦାନ କରାଯାଇଥିଲା।ଦଶମ ବୋର୍ଡ ମାତୃଭାଷା ଓଡ଼ିଆ ରେ ଛାତ୍ର ମାନଙ୍କ ମଧ୍ୟରେ ରଶ୍ମି ରଞ୍ଜନ  ମହାରଣା ଓ ଛାତ୍ରୀ ମାନଙ୍କ ମଧ୍ୟ ରେ ନିରୁପମା ବାଗ ଙ୍କୁ ପ୍ରଶାସନ ପ୍ରଶଂସା ପତ୍ର ସହ ସୁପର ଗ୍ୟାସ ପ୍ରଦତ୍ତ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା।ସେଭଳି ସି ଏଚ ଏସ ଇ +୨ ବାର୍ଷିକ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖିଥିବା ବିଜ୍ଞାନ ବିଭାଗରେ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଇଶା ନେସ୍ୱର ନେଗି ,ବାଣିଜ୍ୟ ରେ ବିକାଶ ଆବାସିକ ବିଦ୍ୟାଳୟର କେଶବ ଅଗ୍ରୱାଲ, କଳା ବିଭାଗରେ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସୁହାନି ଚଲାନ ଓ ସି ବି ଏସ ଇ+୨ବୋର୍ଡ ବିଜ୍ଞାନ ବିଭାଗରେ ପ୍ରଗତି କନସେପ୍ଟ ସ୍କୁଲର ଦେବାଶିଷ ମିଶ୍ର ,ସି ବି ଏସ ଇ+୨ ବାଣିଜ୍ୟ ବିଭାଗରେ ହାଇଟେକ୍ ପବ୍ଲିକ ସ୍କୁଲ ର ଶ୍ରଦ୍ଧା ଅଗ୍ରୱାଲ ଙ୍କୁ ପ୍ରଶାସନ ପ୍ରଶଂସା ପତ୍ର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଦତ୍ତ ସ୍ବର୍ଗତ କିରଣ ଚନ୍ଦ୍ର ସିଂହ ଦେଓ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା।  ବେଲଖଣ୍ଡି ର ସହିଦ ଯବାନ ସ୍ବର୍ଗତ ଈଶ୍ୱର ଚନ୍ଦ୍ର ଦୋରା ଙ୍କ ମରଣତ୍ତର ମାନପତ୍ର ତାଙ୍କ ସମ୍ପର୍କୀୟ ଙ୍କୁ ପ୍ରଦାନ ସହ ସହିଦଙ୍କ ସ୍ମୃତିରେ ମାଣିକେଶ୍ଵରୀ ହାଇସ୍କୁଲ ର ଏନ୍ ସି ସି ଛାତ୍ର ମହେଶ ଛତ୍ରିଆଙ୍କୁ ରନିଂ ଟ୍ରଫି ପ୍ରଦାନ କରାଯାଇଥିଲା। ସେଭଳି ଆଦିବାସୀ ଛାତ୍ରୀ ମାନଙ୍କ ମଧ୍ୟରେ ସର୍ବୋଚ୍ଚ ମାର୍କ ରଖିଥିବା ଥୁଆମୁଲ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ରମ୍ବା ମାଝୀ ଙ୍କୁ ଅର୍ଚ୍ଚନା କାଲେଶ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ୟାରେଡ଼ ପଡ଼ିଆରେ ପ୍ୟାରେଡ୍ ମାର୍ଚ୍ଚର ସଂଚାଳନ ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ ମୁଣ୍ଡ କରିଥିଲେ। ପ୍ୟାରେଡ ବିଚାରକ ରୂପେ ଶ୍ରୀ ଦୂର୍ଗା ପ୍ରସାଦ ମିଶ୍ର,ଶ୍ରୀ ଅଜୟ ମିଶ୍ର,ଶ୍ରୀ କାଲି ମାଝୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ୟାରେଡ ପଡିଆ କାର୍ଯ୍ୟକ୍ରମପରେ ମୁଖ୍ୟ ଅତିଥି କର୍ମଚାରୀ ଭବନ ରେ ଅନୁଷ୍ଠିତ ରକ୍ତଦାନ ଶିବିର ର ଉଦ୍ଘାଟନ,ମୁଖ୍ୟ ଡାକ୍ତରଖାନା ର ଜେନେରାଲ ୱାର୍ଡ,ଶିଶୁ ୱାର୍ଡ,ଜିଲ୍ଲା କାରାଗାର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏହାପରେ ମୁଖ୍ୟ ଅତିଥି ଭବାନୀପାଟଣା ନିକଟସ୍ଥ ପାଲ୍ସିପଡ଼ା ଠାରେ ରାଜସ୍ୱ କାର୍ଯ୍ୟଳୟ ର ଶୁଭ ଉଦ୍ଘାଟନ ଏବଂ ୫୦ ଜଣ ଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ।ଅପରାହ୍ନ ଘ ୩.୩୦ ମି ସମୟରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ରେ ଜିଲ୍ଲାପାଳ ଏକାଦଶ ଓ ଜିଲ୍ଲା ସାମ୍ବାଦିକ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଜିଲ୍ଲାପାଳ ଏକାଦଶ ୧-୦ରେ ବିଜୟୀ ହୋଇଥିଲା।

ସେଭଳି ଟାଉନ୍ ହଲ୍ ଠାରେ ସଂଧ୍ୟା ୬.୦୦ ଘ ସମୟରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ ୨୯.୮.୨୦୨୪ ରେ ଅନୁଷ୍ଠିତ ସ୍କୁଲ ଓ କଲେଜ ସ୍ତର ପ୍ରବନ୍ଧ, ବକ୍ତୃତା,ଚିତ୍ରାଙ୍କନ,ସଙ୍ଗୀତ, କୁଇଜ୍ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ।ପ୍ୟାରେଡ୍ ଗ୍ରାଉଣ୍ଡ ଓ ଟାଉନ୍ ହଲର ସମସ୍ତ କାର୍ଯ୍ୟକ୍ରମକୁ  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ସଂଚାଳନ ଶିକ୍ଷକ ବିରଞ୍ଚି ମୁଣ୍ଡ କରିଥିଲେ। ପ୍ୟାରେଡ୍ ଗ୍ରାଉଣ୍ଡ ର ପୁରସ୍କାର ବିତରଣ ରେ ଶିକ୍ଷକ ରବି କାନୁନଗୋ, ଶୁଭେନ୍ଦୁ ଶେଖର ବେହେରା , ଡି ପି ଇ ରୂପ ସିଂ ରାଉତ ପ୍ରମୁଖ ସହଯୋଗ କରିଥିଲେ।।ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୧୫ଟି ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ  । ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା କାରାଗାର ଅନ୍ତେବାସୀ ମାନଙ୍କୁ,ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରେଡକ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ,ଡାକ୍ତରଖାନା ଶିଶୁ ଓ ଜେନେରାଲ ୱାର୍ଡ ରେ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଓ ସେୱା ଅନୁଷ୍ଠାନ, ଶିଶୁ ଭାରତୀ ଅନାଥ ଶ୍ରମ ରେ ରୋଟାରୀ କ୍ଲବ ଦ୍ଵାରା ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow