ଉଠା ଜଳସେଚନ ପ୍ରକଳ୍ପ ଫେଲ୍ ମାରିଥିବାରୁ ଚାଷୀ ହନ୍ତ ସନ୍ତ ...... ଲିଖିତ ଅଭିଯୋଗ କଲେ ଚାଷୀ- .....

Oct 18, 2024 - 18:45
 0  22
ଉଠା ଜଳସେଚନ ପ୍ରକଳ୍ପ ଫେଲ୍ ମାରିଥିବାରୁ ଚାଷୀ ହନ୍ତ ସନ୍ତ ...... ଲିଖିତ ଅଭିଯୋଗ କଲେ ଚାଷୀ- .....

ସୁବର୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ଚାଷୀ ଚାଷୀ ଙ୍କ ମାନ ଦଣ୍ଡ କୁ ସୁଦୃଢ କରିବାକୁ ଚାଷୀ ଙ୍କ ଜମି କୁ ପାଣି ଯୋଗାଇ ବାକୁ ରାଜ୍ୟ ସରକାର ଉଠା ଜଳ ସେଚନ ପ୍ରକଳ୍ପ ମାଧ୍ୟମ ରେ ପ୍ରତି ଜିଲ୍ଲା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଷୀ ଙ୍କ ଧାନ କିଆରୀ କୁ ପାଣି ର ଜରୁରୀ ସମୟରେ କିନ୍ତୁ ଏ ପ୍ରକଳ୍ପ ଗୁଡ଼ିକ ଫେଲ ମାରିଥିବା ଦେଖିବାକୁ ମିଳିଛି l ସୋନପୁର ବ୍ଲକ୍ ଅନ୍ତର୍ଗତ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ଏହାର ଉଦାହରଣ l ବିଶିମୁଣ୍ଡା, ମଲ୍ଲିକ ମୁଣ୍ଡା ଓ ହରଡ ଖୋଲ ପଂଚାୟତ ର ର ଶହ ଶହ ଚାଷୀ ଏହି ପ୍ରକଳ୍ପ ର ପାଣି ଉପରେ ନିର୍ଭର କରୁଥିବା ବେଳେ ବିଭାଗ କୁ ଚାଷୀ ଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହା ର ସମାଧାନ ଦିଗରେ ପ୍ରଶାସନ ଧ୍ୟାନ ଦେଉ ନ ଥିବା ଜଣା ପଡିଛି l। ପ୍ରବଳ ଖରା ଓ ବର୍ଷା ଅଭାବ ରୁ ଏବେ ଚାରି ଆଡେ଼ ଚାଷ ଜମି ଫାଟି ପଡୁ ଥିବା ବେଳେ ଏ ଅଞ୍ଚଳ ତଥା ସମଗ୍ର ଜିଲ୍ଲା ର ଧାନ ଓ କପା ଚାଷୀ କ୍ଷତି ଗ୍ରସ୍ତ ହୋଇଥିବା ଦେଖିବlକୁ ମିଳିଛି l ବାବୁଲୁ, ଚମରୁ, ଲୁକୁ, lok ଲଖିନ୍ଦ୍ର , ରଞ୍ଜନ, ଡାକ୍ତର , ଅନିରୁଦ୍ଧ ପ୍ରମୁଖ ଆଜି ଏ ଅଞ୍ଚଳ ର ବହୁ ଚାଷୀ ଉଠା ଜଳସେଚନ ଜିଲ୍ଲା ମୁଖ୍ୟ ପ୍ରକଳ୍ପ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି l ଏ ପ୍ରକଳ୍ପ ଅଧୀନ ରେ କାର୍ଯ୍ୟରତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଫୋନ୍ ଯୋଗାଯୋଗ କରିବାରୁ ଫୋନ୍ ରେଷ୍ପନ୍ସ କରୁ ନ ଥିବା ପ୍ରକାଶ l ଆସନ୍ତା କାଲି ଏ ଅଞ୍ଚଳ ର ସାମୂହିକ ଚାଷୀ ମୁଖ୍ୟ ରାଜ ରାସ୍ତା କୁ ଅବରୋଧ କରିବାକୁ ସଜ ବାଜ ହେଉ ଥିବା ଖବର ମିଳିଛି l

What's Your Reaction?

like

dislike

love

funny

angry

sad

wow