ଋଣ୍ଡିମହୁଲ ଗ୍ରାମ ପଂଚାୟତ ଠାରେ ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 30, 2024 - 21:24
 0  12
ଋଣ୍ଡିମହୁଲ ଗ୍ରାମ ପଂଚାୟତ ଠାରେ ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ: ଲୋକ୍ ଆବାଜ୍ .ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ସ୍ୱଚ୍ଛତା ପକ୍ଷ ପାଳିତ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଋଣ୍ଡିମହୁଲ ଗ୍ରାମ ପଞ୍ଚାୟତଠାରେ ସ୍ଵଭାଵସ୍ୱଛତା, ସଂସ୍କାରସ୍ଵଚ୍ଛତା, ଓ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ପଞ୍ଚାୟତ ର ଏଡ଼ିଇଓ ରଙ୍କନିଧି ଗାଈଗୌରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାମ୍ବାଦିକତଥା ଜଳ ପରିମଳ ବିଭାଗ ର ମାଷ୍ଟର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବ୍ୟକ୍ତିଗତ ସ୍ବଚ୍ଛତା ର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ l ଏଡ଼ିଇଓ ରଙ୍କନିଧି ଗାଈ ଗୌରିଆ ପାଇଖାନା ର ବ୍ୟବହାର ସାଙ୍ଗକୁ ସ୍ବଚ୍ଛତା ,ସ୍ୱଭାବରେ କିଭଳି ସଂସ୍କାର ଅଣା ଯାଇ ପାରିବ ସେଉପରେ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଋଣ୍ଡିମହୁଲ ପଂଚାୟତ ର ୱାର୍ଡ ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଟିର ସଦସ୍ୟ, ପଞ୍ଚାୟତର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଶେଷରେ ରୁଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ସ୍ୱଚ୍ଛତା ଶପଥ କାର୍ଯ୍ୟ କ୍ରମ,ବୃକ୍ଷରୋପଣ କାର୍ଯ୍ୟକ୍ରମ,ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l

What's Your Reaction?

like

dislike

love

funny

angry

sad

wow