କୁଶୁର୍ଲା କପ ୨୦୨୫ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ*- *ରଜାପଡା ଦଳ ଚମ୍ପିୟାନ*-
ସୋନପୁର/କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ/ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ କୁଶୁର୍ଲା କପ ୨୦୨୫ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି।
ଏହି ଅବସରରେ ରଜାପଡା ଓ ଟକର୍ଲା ମଧ୍ୟ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପରେ ଟ୍ରାଏବାଇକର ସହଯୋଗ ରେ ରଜାପଡା ଦଳ ୩/୨ ଗୋଲ ରେ ଚମ୍ପିୟାନ ହୋଇଥିଲା। ପୁରସ୍କାର ବିତରଣ ସଭା ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ୍ ସାହୁ,ସୁବର୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ,ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜୋରାଡ଼ବରା ପଞ୍ଚାୟତ ସରପଞ୍ଚ ଖିତିସୁତା ସାହୁ,ମେରା ଯୁବ ଭାରତ କଳାହାଣ୍ଡି ର ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର ମେହେର ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ,ବୈଦ୍ୟନାଥ ବେହେରା, ବଦ୍ରୀ ନାଥ ପାତ୍ର ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରି ଖେଳ ରେ ହାର ଜିତ ଗୋଟେ ମୁଦ୍ରା ର ଉଭୟ ପାର୍ଶ୍ଵ, ତେଣୁ ଖେଲୁଆଡ ମନୋଭାବ ନେଇ ଆଗକୁ ବଢ଼ିବାକୁ ପରାମର୍ଶ କରି ଥିଲେ l ଓ ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଫୁଟବଲ ମ୍ୟାଚ ର ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ନଗଦ ଅର୍ଥ ରାଶୀ ପ୍ରଦାନ କରିଥିଲେ।
ପୁରସ୍କାର ବିତରଣ ସଭା କୁ ଯୁଗଳ ନାଗ ଓ ସନ୍ତୋଷ ସୁନା ସଂଯୋଜନା କରିଥିଲେ। ତେବେ ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ସହାୟତା ଗତ ରବିବାର ଠାରୁ ହରଗୌରୀ ଯୁବକ ସଂଘ ଦ୍ବାରା ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜନ କରିଥିଲେ। ହରଗୌରୀ ଯୁବକ ସଂଘ ସଭାପତି ଯୋଗେଶ ଚନ୍ଦ୍ର ଜାନୀ, ସମ୍ପାଦକ ସନ୍ତୋଷ ରଣା, ସ୍ବେଚ୍ଛାସେବୀ ସନତ କୁମାର ସାହୁ ଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ I
What's Your Reaction?